fbpx
BSKY
BJD YOUTH SKY
BJD MS SKY

ମୃତକଙ୍କ ମୋବାଇଲ ଫୋନ ଚୋରି କରିଥିଲେ ସବ ଇନ୍ସପେକ୍ଟର, ଧରା ପଡିବା ପରେ ହେଲେ ସସପେଣ୍ଡ

ତିରୁଅନନ୍ତପୁରମ : ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ମୋବାଇଲ ଫୋନ ଚୋରି କରିବା ଜଣେ ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡିଛି । ଏହି ନିନ୍ଦନୀୟ କାମ ପାଇଁ ପୋଲିସ ସବ ଇନ୍ସିପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି । ତିରୁଅନନ୍ତପୁରମରେ ମଙ୍ଗଲାପୁରମର ପୂର୍ବତନ ଏସଆଇ ସୁଧାକରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେ କୋଲ୍ଲମରେ ଚଥନ୍ନୁର ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ । ସୁଧାକର ତିରୁଅନନ୍ତପୁରମ ଜିଲ୍ଲାର ପେରୁମାଥରୁ ବାସିନ୍ଦା ଅରୁଣ ଜେରିଙ୍କ ମୋବାଇଲ ଫୋନର ବ୍ୟବହାର ନିଜ ସିମ୍ କାର୍ଡ ପକାଇ କରୁଥିଲେ ।

ଟ୍ରେନ ଦୁର୍ଘଟଣା କାରଣରୁ ୨୦୨୧ ଜୁନ ୧୮ରେ ଜେରିଙ୍କ ମୃତ୍ୟୁ ଘଟିଥିଲା । ଯେତେବେଳେ ପରିଜନ ମୃତଦେହ ଚିହ୍ନଟ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ, ମୋବାଇଲ ଫୋନ ସମେତ ଅନେକ ଜିନିଷ ଗାଏବ ଥିଲା । ପୋଲିସ ପରିଜନଙ୍କୁ କହିଥିଲେ ଯେ, ହୋଇପାରେ ମୋବାଇଲ ଫୋନ ଟ୍ରେନ ତଳେ ପଡି ନଷ୍ଟ ହୋଇ ଯାଇଥିବ । ପରେ ପରିଜନ କେରଳର ଡିଜିପି ଏବଂ ସାଇବର ସେଲ ଥାନାରେ ମୋବାଇଲ ଫୋନ ଗାଏବ ଥିବା ଅଭିଯୋଗ କରିଥିଲେ ।

ଯାଞ୍ଚ ବେଳେ କେରଳ ପୋଲିସର ସାଇବର ସେଲ ଜାଣିବାକୁ ପାଇଥିଲେ ଯେ, ଚଥନ୍ନୁରରେ ମୋବାଇଲ ଫୋନ ସକ୍ରିୟ ରହିଛି । ତଦନ୍ତ ବେଳେ ଜଣା ପଡିଥିଲା ଯେ, ସବ ଇନ୍ସପେକ୍ଟର ସୁଧାକର ମୃତକ ଜେରିଙ୍କ ଫୋନ ବ୍ୟବହାର କରୁଥିଲେ । ଜେରିଙ୍କ ମୃତଶରୀରର ଯାଞ୍ଚ ସୁଧାକରଙ୍କ ନେତୃତ୍ୱରେ କରାଯାଇଥିଲା । ସେହି ସମୟରେ ସେ ମଙ୍ଗଲାପୁରମର ଏସଆଇ ଥିଲେ । ବଡ ଚାଲାକିର ସହ ସୁଧାକର ମୃତକଙ୍କ ନିକଟରୁ ମୋବାଇଲ ଫୋନ ଚୋରେଇ ନେଇଥିଲେ ।  ମୋବାଇଲ ଫୋନ ବିଷୟରେ ଦସ୍ତାବିଜରେ ଉଲ୍ଲେଖ ମଧ୍ୟ କରିନଥିଲେ । ପୋଲିସ ବିଭାଗ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସୁଧାକରଙ୍କୁ ନିଲମ୍ବିତ କରିବା ସହିତ ଆଗକୁ ଯାଞ୍ଚ ଜାରି ରଖିଛନ୍ତି ।

Get real time updates directly on you device, subscribe now.