fbpx

ଆଇପିଏଲ ୨୦୨୨ ପୂର୍ବରୁ ଡେଭିଡ୍ ୱାର୍ଣ୍ଣରଙ୍କ ସହ ଯୋଗାଯୋଗ କଲେଣି ଅନେକ ଫ୍ରାଞ୍ଚାଇଜି !

ନୂଆଦିଲ୍ଲୀ : ଡେଭିଡ୍ ୱାର୍ଣ୍ଣରଙ୍କୁ ଅଧିନାୟକ ପଦରୁ ହଟାଇବା ପୁଣି ଚୂଡାନ୍ତ ଏକାଦଶରୁ ବାଦ୍ ଦେବା ଏହି ଦୁଇ ଘଟଣା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୧)ର ସବୁଠୁ ଚକିତକର ଘଟଣା ମଧ୍ୟରୁ ଅନ୍ୟତମ । ଆଉ ଏମିତି କାମ କରିଛି ସନରାଇଜର୍ସ ହାଇଦ୍ରାବାଦର ଫ୍ରାଞ୍ଚାଇଜି । ଯେଉଁ ଖେଳାଳି ଲଗାତାର ୫ ସିଜିନରେ ୫୦୦ରୁ ଉଦ୍ଧ୍ୱର୍ ସ୍କୋର କରିଥିଲା, ମାତ୍ର କେଇଟା ମ୍ୟାଚରେ ବିଫଳ ହେବାରୁ ଦଳରୁ ବାଦ୍ ଦେବା କ୍ରିକେଟ୍ ପ୍ରଶଂସକଙ୍କୁ ଚକିତ କରିଛି । ଏବେ ହାଇଦ୍ରାବାଦ ଦଳ ଛାଡିବାର ସଙ୍କେତ ଦେଇ ସାରିଥିବା ଡେଭିଡ୍ ୱାର୍ଣ୍ଣର ଅନ୍ୟ ଦଳରେ ସାମିଲ୍ ହୋଇ ପାରନ୍ତି ।

ସୀମିତ ଓଭର କ୍ରିକେଟରେ ୱାର୍ଣ୍ଣର ଏପରି ଜଣେ ଖେଳାଳି ଯାହାଙ୍କୁ ଆଗାମୀ ସିଜିନରେ କିଣିବା ପାଇଁ ଫ୍ରାଞ୍ଚାଇଜିଙ୍କୁ ବଡ ରାଶିର ଅର୍ଥ ଖର୍ଚ୍ଚ କରିବା ଉଚିତ୍ । ଫକ୍ସ ସ୍ପୋର୍ଟ୍ସ ଡଟ୍ କମ୍ ଏୟୁର ରିପୋର୍ଟ ଅନୁଯାୟୀ, ଆଇପିଏଲ ୨୦୨୨ ପୂର୍ବରୁ ଅନେକ ଦଳ ଅଷ୍ଟ୍ରେଲିଆର ଏହି ଓପନିଂ ବ୍ୟାଟସମ୍ୟାନ ସହ ଯୋଗାଯୋଗ କରିଛନ୍ତି । ଏହା ମଧ୍ୟ କୁହାଯାଉଛି ଯେ, ସନରାଇଜର୍ସ ହାଇଦ୍ରାବାଦ ଦ୍ୱାରା ୱାର୍ଣ୍ଣରଙ୍କ ପ୍ରତି ହୋଇଥିବା ଏପରି ବ୍ୟବହାରରେ ଅନ୍ୟ ଫ୍ରାଞ୍ଚାଇଜି ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେମାନେ ୱାର୍ଣ୍ଣରଙ୍କୁ ନିଜ ଦଳରେ ନେବାକୁ ଚାହୁଁଛନ୍ତି ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ପରେ ଟମ୍ ମୁଡି ଭାରତୀୟ କ୍ରିକେଟ୍ ଦଳର କୋଚ୍ ହେବାକୁ ଚାହୁଁଛନ୍ତି । ଅନ୍ୟପଟେ ଡେଭିଡ୍ ୱାର୍ଣ୍ଣର ନିକଟ ଦିନରେ ସାମାଜିକ ଗଣମାଧ୍ୟମରେ ଏକ ଭାବୁକ ପୋଷ୍ଟ କରି ସନରାଇଜର୍ସ ହାଇଦ୍ରାବାଦ ଛାଡିବାର ସଙ୍କେତ ଦେଇଛନ୍ତି । ତାଙ୍କର ଏହି ପୋଷ୍ଟ ଦେଖିଲେ ଲାଗୁଛି ଯେ, ସେ ଏହି ଫ୍ରାଞ୍ଚାଇଜି ସହ ନିଜର ସଂପର୍କ ଛିନ୍ନ କରି ପାରନ୍ତି । ଗତ କିଛି ମ୍ୟାଚରେ ୱାର୍ଣ୍ଣରଙ୍କୁ ଷ୍ଟାଣ୍ଡରେ ବସିଥିବା ଦେଖି ସନରାଇଜର୍ସ ହାଇଦ୍ରାବାଦର ଦଳ ପ୍ରବନ୍ଧକଙ୍କୁ ପ୍ରଶଂସକ ଖୁବ୍ ଭର୍ତ୍ସନା କରିଥିଲେ । ବ୍ୟାଟିଂ ସହିତ ୱାର୍ଣ୍ଣରଙ୍କ ଆଇପିଏଲ ୨୦୨୧ ସିଜିନ ଦୁଃସ୍ୱପ୍ନ ପରି ରହିଛି । ସେ ଆଠଟି ମ୍ୟାଚରେ ୨୪.୪୭ ହାରରେ କେବଳ ୧୯୫ ରନ କରିଛନ୍ତି ।

୨୦୧୪ରେ ସନରାଇଜର୍ସ ହାଇଦ୍ରାବାଦର ସାମିଲ୍ ହେବା ପରେ ଡେଭିଡ୍ ୱାର୍ଣ୍ଣର ୨୦୨୧ ସିଜିନ ପୂର୍ବରୁ ପ୍ରତିଟି ସିିଜିନରେ ୫୦୦ରୁ ଅଧିକ ରନ କରିଛନ୍ତି । ୱାର୍ଣ୍ଣର ଆଇପିଏଲରେ ତିନି ଥର ଓରେଞ୍ଜ କ୍ୟାପ୍ ଜିତିବାରେ ଏକ ମାତ୍ର ଖେଳାଳି । ସେ ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦକୁ ନିଜର ପ୍ରଥମ ଆଇପିଏଲ ଟାଇଟଲ୍ ଜିତାଇଥିଲେ ।

Get real time updates directly on you device, subscribe now.