fbpx

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ; ପୁଅଙ୍କୁ ଟପିଲେ ଝିଅ

AAKASH

ଭୁବନେଶ୍ୱର: +୨ ପରୀକ୍ଷା ଫଳ ବର୍ତ୍ତମାନ ପ୍ରକାଶ ପାଇଛି । ଏକ ସାଙ୍ଗରେ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ କଳାରେ ପାସ୍ ହାର ୮୦.୯୫ ପ୍ରତିଶତ ରହିଥବା ବେଳେ ବିଜ୍ଞାନରେ ପାସ୍ ହାର ୮୬.୯୩ ପ୍ରତିଶତ ରହିଛି । ସେହିପରି ବାଣିଜ୍ୟରେ ପାସ୍ ହାର ୮୬.୯୩ ପ୍ରତିଶତ ରହିଛି ।ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୬୮.୦୨% ରହିଛି ।

ଝିଅଙ୍କ ପାସ୍ ହାର ୮୭.୫୬ ପ୍ରତିଶତ ରହିଛି । ମୋଟ୍ ୨,୩୫,୨୧୮ ଜଣ ପିଲା ପରୀକ୍ଷା ଦେଇଥିଲେ । ଏଥିରେ ପାସ୍ ହୋଇଛନ୍ତି ୧,୯୦,୪୨୯ । ତେବେ ବିଜ୍ଞାନରେ ଝିଅ ଆଗରେ ଅଛନ୍ତି । ଯୁକ୍ତ ଦୁଇ ବିଜ୍ଞାନରେ ବି ଝିଅ ବାଜି ମାରିଛନ୍ତି । ସେହିଭଳି ୬୦,୯୭୩ ଜଣ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ପୁଅଙ୍କ ପାସ୍ ହାର ୮୬.୨୧ ପ୍ରତିଶତ । ୫୪,୯୨୨ ଜଣ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୨୯୦ ଜଣ ପାସ୍ କରିଛନ୍ତି । ଝିଅଙ୍କ ପାସ ହାର ୮୭.୮୪ ପ୍ରତିଶତ ରହିଛି ।

Get real time updates directly on you device, subscribe now.