ଟଙ୍କା ବଣ୍ଟନକୁ ନେଇ ବଚସାରୁ ବୋମା ମାଡ଼, ଜଣେ ଗୁରୁତର

ଆସ୍କା (ଭାସ୍କର ନ୍ୟୁଜ୍‌): ମନରେଗା ମଜୁରୀ ଟଙ୍କା ବଣ୍ଟନକୁ ନେଇ ବଚସା ହେବା ପରେ ବୋମାମାଡ କରାଯାଇଛି । ଏଥିରେ ଜଣେ ଗୁରୁତର ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି । ଗାଙ୍ଗପୁର ଥାନା ପଣିବନ୍ଧ ଗାଁରେ ଏହି ଅଘଟଣ ଘଟିଛି । ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଆହତଙ୍କୁ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣକୁ ନେଇ ବୋମାମାଡ଼ ଘଟଣା ଘଟିଲା ତାହାର ତଦନ୍ତ କରାଯାଉଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯିବା ସହ ଲୋକମାନେ ଭୟଭୀତ ଅଛନ୍ତି ।

Get real time updates directly on you device, subscribe now.