fbpx

ବାରହା ମାରିବାକୁ ଖଞ୍ଜା ଯାଇଥିବା ବୋମା ଚୋବାଇ ଗୁରୁତର ଗାଈ

AAKASH

କଟକ: ବାରହା ମାରିବାକୁ ଖଞ୍ଜା ଯାଇଥିବା ବୋମା ଚୋବାଇ ଗୁରୁତର ହେଲା ଗାଈ । ବାଙ୍କି କରବର ନିକଟରେ ବିଲରେ ଚରୁଥିବା ଏକ ଗାଈ ଚୋବେଇବା କ୍ଷଣି ପାଟିରେ ଫୁଟିଗଲା । ଫଳରେ ଗୁରୁତର ହୋଇପଡ଼ିଛି ଗାଈ ।

କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ର  ଡମପଡା ବ୍ଲକ କରବର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ଅପରାହ୍ନ ରେ ଏହି ଗାଁର ସିଧେଶ୍ୱର ନନ୍ଦଙ୍କ ଗାଈ ନିକଟସ୍ଥ ପଡ଼ିଆରେ ଚରୁଥିବା ସମୟରେ ବାରହା ଶିକାର ପାଇଁ କେହି ଦୁର୍ବୁତ୍ତ ବୋମା ଖଞ୍ଜିଥିବା ବେଳେ ଗାଈଟି ଏହାକୁ ଖାଇ ଦେଇଥିଲା।ଫଳରେ ବୋମାଟି ଗାଈର ପାଟି ଭିତରେ ଫୁଟି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଛି। ତେବେ କିଏ ଏହି ବୋମା ଖଞ୍ଜିଥିଲା ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

ତେବେ ଏଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ମଣିଷ କାହିଁକି ଏତେ ନିଷ୍ଠୁର ହୋଇପଡ଼ୁଛି ଏହି ଜୀବଜନ୍ତୁଙ୍କ ଉପରେ?

Get real time updates directly on you device, subscribe now.