fbpx
BSKY
BJD SHG SKY
BJD YOUTH SKY

ପପୁ ପମପମଙ୍କ ବିବାଦୀୟ ଫିଲ୍ମ ମି.କହ୍ନେୟା: ୧୫ ରେ ହେବ ଶୁଣାଣି

ହାଇକୋର୍ଟରେ ପପୁ ପମପମଙ୍କ ମି.କହ୍ନେୟା ଫିଲ୍ମ ବିବାଦ । ସେନସର ପ୍ରସଙ୍ଗରେ ଜବାବ ରଖିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ । ଆସନ୍ତା ୧୫ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ସୂଚନାଯୋଗ୍ୟ, ପପୁ ପମପମଙ୍କ ନୂଆ ସିନେମା ମିଷ୍ଟର କହ୍ନେୟାର ଏକ ଗୀତକୁ ନେଇ ବିବାଦ ଉପୁଜିଛି । ଏହି ଗୀତ ଦ୍ୱିଅର୍ଥ ବୋଧକ ହୋଇଥିବାରୁ ଏହାକୁ ବ୍ୟାନ କରିବାକୁ ଦାବି ହୋଇଛି । ଫିଲ୍ମର ଶକ୍ୁନ୍ତଳା ନାମକ ଗୀତକୁ ବିରୋଧ କରାଯାଇଛି । ପ୍ରେକ୍ଷାଳୟ ବାହାରେ ବଜରଙ୍ଗ ଦଳର କର୍ମୀମାନେ ଏହାକୁ ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ପପୁ ପମପମ ନିଜେ ବଜରଙ୍ଗ ଦଳର କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

Get real time updates directly on you device, subscribe now.