fbpx

କୋର୍ଟରେ ଆପତ୍ତିଜନକ ଫଟୋ ଦାଖଲ କଲେ ଓକିଲ, ୨୫ ହଜାର ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ଏକ ଦୁଷ୍କର୍ମ ମାମଲାର ବିଚାର ସମୟରେ କୋର୍ଟରେ ଆପତ୍ତିଜନକ ଫଟୋ ଦାଖଲ କରି ଜରିମାନାର ସମ୍ମୁଖିନ ହେଲେ ଓକିଲ। ଏହି ମାମଲାର ଶୁଣାଣି ସମୟରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ପ୍ରମାଣ ଦାଖଲ କରିବାକୁ ଯାଇ ଓକିଲ ଏଭଳି କିଛି ଫଟୋ ଦାଖଲ କରିଥିଲେ ଯେ, ବିଚାରିପତି ଓକିଲଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ଲାଗୁ କରିଥିଲେ।

ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ପତ୍ନୀଙ୍କ ଏଫ୍ଆଇଆର୍ ଏବଂ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ୍ ଦାଖଲ କରିବାକୁ ଆବେଦନ କରିଥିବା ଶୁଣାଣି ବେଳେ ଏହି ଫଟୋଗ୍ରାଫ୍ କଥା ସାମ୍ନାକୁ ଆସିଛି। କୋର୍ଟ କହିଛନ୍ତି, ‘ଓକିଲମାନେ ଅନୁଭବ କରିବାରେ ବିଫଳ ହୁଅନ୍ତି ଯେ ଏହି ଆବେଦନଗୁଡ଼ିକ ରେଜିଷ୍ଟ୍ରି ସମ୍ମୁଖରେ ଦାଖଲ ହୋଇଛି ଏବଂ ଫଟୋ ସହିତ ଜଡ଼ିତ ପକ୍ଷମାନଙ୍କୁ ପ୍ରକାଶ କରି ବିଭିନ୍ନ ବିଭାଗ ମାଧ୍ୟମରେ ପ୍ରସାରଣ କରାଯାଏ। ଯାହା ସେମାନଙ୍କର ଗୋପନୀୟତାକୁ ହାନି ପହଂଚାଇଥାଏ।’

ଏହାସହ ଏହା ଦର୍ଶାଯାଇଛି ଯେ, ଏହିପରି ଫଟୋଗ୍ରାଫ୍ ପକ୍ଷମାନଙ୍କର ଗୋପନୀୟତାର ଆକ୍ରମଣ ଅଟେ ଏବଂ ଆବେଦନକାରୀଙ୍କୁ ତୁରନ୍ତ ଆବେଦନ କପିରୁ ଏହାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ସମସ୍ତ ଓକିଲ ଏଭଳି ବ୍ୟବହାର କରିବେ ନାହିଁ, ଯାହା ଅତ୍ୟନ୍ତ ଆପତ୍ତିଜନକ ଅଟେ। ତେବେ ଓକିଲଙ୍କର ଏଭଳି ଆଚରଣ ପାଇଁ ଦୁଇ ସପ୍ତାହ ମଧ୍ୟରେ ୨୫ ହଜାର ଟଙ୍କା ଖର୍ଚ୍ଚ ଜମା କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଉଛୁ ବୋଲି ଖଣ୍ଡପୀଠ କହିଛନ୍ତି।

Get real time updates directly on you device, subscribe now.