fbpx

ଦିନିକିଆ ସିରିଜ କବଜା କଲା ଭାରତ: ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ଉପରେ କବଜା କରିଛି ଭାରତ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ତଥା ନିର୍ଣ୍ଣାୟକ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍ ରେ ହରାଇ ସିରିଜକୁ ୨-୧ରେ ଜିତି ନେଇଛି। ଭାରତ ପାଇଁ ବୋଲିଂରେ କୁଲଦୀପ ଯାଦବ ଏବଂ ବ୍ୟାଟିଂରେ ଶୁଭମନ ଗିଲ୍ ମ୍ୟାଚ୍ ର ହିରୋ ରହିଥିଲେ। କୁଲଦୀପ ଚାରୋଟି ଉଇକେଟ୍ ନେଇଥିବା ବେଳେ ଶୁଭମନ ଗିଲ୍ ବ୍ୟାଟରେ ୪୯ରନ୍ ଯୋଡ଼ିଥିଲେ।

ଏହି ମ୍ୟାଚ୍ ରେ ଭାରତର ଅଧିନାୟକ ଶିଖର ଧାୱନ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ୯୯ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ୧୦୦ ରନ୍ ର ବିଜୟ ଲକ୍ଷ୍ୟକୁ ପିଛାକରି ଭାରତ ୧୯.୧ ଓଭରରେ ୩ ଉଇକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଆଜିର ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଭାବରେ ଡେଭିଡ୍ ମିଲର ଦାୟିତ୍ୱ ତୁଲାଇଥିଲେ। ପ୍ରଥମ ମ୍ୟାଚ୍ ରେ ତେମ୍ବା ବୁଭାମା ଏବଂ ଦ୍ୱିତୀୟ ମ୍ୟାଚ୍ ରେ କେଶବ ମହାରାଜ ଅଧିନାୟକ ଦାୟିତ୍ୱ ସମ୍ବାଳିଥିଲେ।

Get real time updates directly on you device, subscribe now.