fbpx

ସ୍ପ୍ରାଉଟ୍ ଖାଇବା ଦ୍ୱାରା ହୋଇଥାଏ ଏହି ସମସ୍ୟା : ଏହି ଲୋକ ଭୁଲରେ ବି କରନ୍ତୁ ନାହିଁ ସେବନ

ସ୍ପ୍ରାଉଟ ଏପରି ଏକ ଖାଦ୍ୟ ଯାହାକୁ ଅନେକ ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି । କରାଣ ଏହି ସ୍ପ୍ରାଉଟରେ ପ୍ରୋଟିନ୍, ଫାଇବର, କ୍ୟାଲ୍ସିୟମ, ଭିଟାମିନ ପରି ଅନେକ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ଯାହା ଆମ ଶରିରକୁ ବିଭିନ୍ନ ପ୍ରକାର ଫାଇଦା ଯୋଗାଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସ୍ପ୍ରାଉଟ୍ ଅନେକ ସମୟରେ ଆମ ଶରୀର ପାଇଁ ଅନେକ ପ୍ରକାର ସମସ୍ୟା ମଧ୍ୟ ସୃଷ୍ଟି କରେ । ଯାହାଫଳରେ ଅମେ କିଛି ରୋଗର ଶିକାର ହୋଇଥାନ୍ତି । ତେବେ ଏପରି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କୁ ବିଶେଷଜ୍ଞମାନେ ଏହି ସ୍ପ୍ରାଉଟ ଖାଇବା ପାଇଁ ବାରଣ କରିଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣବା କେଉଁ ବ୍ୟକ୍ତି ସ୍ପ୍ରାଉଟ ଖାଇବା ଉଚିତ୍ ନୁହେଁ ।

ସ୍ପ୍ରାଉଟ ଖାଇବା ଦ୍ୱାରା ହୋଇଥାଏ ଏହି ସମସ୍ୟା:
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ସ୍ପ୍ରାଉଟ ଆମ ଶରୀର ପାଇଁ ଯେତିକି ଲାଭ ଦାୟକ ସେତେକି କ୍ଷତି କାରକ ମଧ୍ୟ ହୋଇଥାଏ । ଖାସ୍ କରି ମୌସୁମୀ ପରିବର୍ତ୍ତନ ସମୟରେ ଏହି ସ୍ପ୍ରାଉଟ ଖାଇବାକୁ ବାରଣ କରାଯାଏ । କାରଣ ସ୍ପ୍ରାଉଟ ଆମ ଶରୀରରେ ବିଭିନ୍ନ ପ୍ରକାର ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଏଥିସହିତ ଏହାକୁ ଖାଇବା ଦ୍ୱାରା ପାଇଲ୍ସ ମଧ୍ୟ ହୋଇଥାଏ ।ତେଣୁ ଏହାକୁ ଅଧିକ ମାତ୍ରାରେ ଖାଇବାକୁ ବାରଣ କରାଯାଇଥାଏ ।

ଏହି ବ୍ୟକ୍ତିଙ୍କୁ ବାରଣ ସ୍ପ୍ରାଉଟ୍:

କମ୍ ଇସ୍ୟୁନିଟି ଥିବା ବ୍ୟକ୍ତି: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କମ୍ ଇମ୍ୟୁନିଟି ଥିବା ବ୍ୟକ୍ତି ସ୍ପ୍ରାଉଟ ଖାଇବା ଉଚିତ୍ ନୁହେଁ । କାରଣ ସ୍ପ୍ରାଉଟ୍ ହେଉଛି ଏକ ଉଦ୍ଭିଦ ଜାତୀୟ ଖାଦ୍ୟ , ଯାହାକି ସମ୍ପୂର୍ଣ୍ଣ ରୂପେ ପରିପକ୍ୱ ହୋଇନଥାଏ । ତେଣୁ କମ୍ ଇମ୍ୟୁନିଟି ଥିବା ବ୍ୟକ୍ତିମାନେ ଏହାକୁ ସେବନ କରିଲେ ଏହା ସଠିକ୍ ରୂପେ ହଜମ ହୋଇନଥାଏ । ଯାହାଫଳରେ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଏତତ୍ ବ୍ୟତୀତ ଏହିସ୍ପ୍ରାଉଟ ଖାଇବା ଦ୍ୱାରା ଏହା ସେମାନଙ୍କ ଇମ୍ୟୁନିଟି ସିଷ୍ଟମକୁ ଆହୁରି ଅଧିକ ଦୁର୍ବଳ କରିଦେଇଥାଏ । ତେଣୁ ଏହି ବ୍ୟକ୍ତିମାନେ ସ୍ପ୍ରାଉଟ ସେବନ କରିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.