fbpx

(See Video) ରାଜ୍ୟ କଂଗ୍ରେସ ଭବନ ଉପରକୁ ବୋମାମାଡ଼

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ବିଳମ୍ବିତ ରାତ୍ରିରେ ରାଜ୍ୟ କଂଗ୍ରେସ ଭବନରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । କେହି ଜଣେ ଦୁର୍ବୃତ୍ତ ପେଟ୍ରୋଲ ବୋମା ଫିଙ୍ଗିଥିବା ବେଳେ ଗୋଷ୍ଠୀ କନ୍ଦଳ ଯୋଗୁଁ ଏପରି ଘଟିଥିବା ଅନୁମାନ କରାଯାଉଛି । ତେବେ ବୋମାମାଡ଼ରେ ନିକଟରେ ଥିବା ଗଛରେ ନିଆଁ ଲାଗିଯାଇଥିଲା । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ ।

ତେବେ ଜଣାପଡ଼ିଛି ଯେ, କଂଗ୍ରେସ ଭବନ ସମ୍ମୁଖରେ ଗତକାଲି ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିଲା ଓ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଘଟଣା ସହିତ ବୋମାମାଡ଼ର କୌଣସି ସମ୍ପର୍କ ରହିଛି କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ମାସରେ ଦଳୀୟ ଗୋଷ୍ଠୀ କନ୍ଦଳକୁ କେନ୍ଦ୍ର କରି କିଛି ଗୋଷ୍ଠୀ କଂଗ୍ରେସ ଭବନ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ସେହିପରି ଗତବର୍ଷ ଫେବୃଆରୀରେ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସେ ସମୟରେ ୩ ଜଣ ଯୁବ କଂଗ୍ରେସ ନେତା ଗୁରୁତର ହୋଇଥିଲେ ।

Get real time updates directly on you device, subscribe now.