fbpx
BSKY
BJD MC SKY
BJD YOUTH SKY

ଶିକ୍ଷକଙ୍କ ଘର ଉପରକୁ ବୋମାମାଡ଼, କାରଣ ଅସ୍ପଷ୍ଟ

ଓଡ଼ିଶା ଭାସ୍କର: ଖୋର୍ଦ୍ଧା ଜିଲ୍ଲାରୁ ଏକ ବଡ଼ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାତିରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ସୁଦର୍ଶନ ବିହାରର ଜଣେ ଶିକ୍ଷକଙ୍କ ଘର ଉପରକୁ ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ବୋମା ମାଡ଼ରେ କେହି ହତାହତ ହୋଇ ନଥିବା ଜଣାପଡିଛି। କିନ୍ତୁ କେଉଁ କାରଣରୁ ବୋମାମାଡ଼ କରାଯାଇଛି ତାହା ଜଣାପଡ଼ି ନାହିଁ।

ସୂଚନା ମୁତାବକ, ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଶିକ୍ଷକଙ୍କ ଘରକୁ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ ଘଟଣା ସମ୍ପର୍କରେ ଅଧିକ କୌଣସି ସୂଚନା ମିଳିପାରିନାହିଁ।

Get real time updates directly on you device, subscribe now.