fbpx

ହକି ଖେଳାଳି ବରୁଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ; ବିବାହ ପ୍ରତିଶ୍ରୁତି ଦେଇ ହୋଟେଲରେ କରୁଥିଲେ ଦୁଷ୍କର୍ମ!

ନୂଆଦିଲ୍ଲୀ: ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ। ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ବୟସ ୪ ବର୍ଷ ହୋଇଥିବା ବେଳେ ପୀଡ଼ିତା ନାବାଳିକା ଜଣକ ସେତେବେଳେ ନାବାଳିକା ଥିଲେ। ବେଙ୍ଗାଲୁରୁ ପୁଲିସନିକଟରେ ମହିଳା ଜଣକ କରିଥିବା ଅଭିଯୋଗ ଅନୁଯାୟୀ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରେ ପ୍ରଶିକ୍ଷଣ ସମୟରେ ବରୁଣ କୁମାର ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ୨୦୧୮ମସିହାରେ ଦୁହେଁ ସୋସିଆଲ ମିଡିଆ ଜରିଆରେ ସାକ୍ଷାତ କରିଥିଲେ। ସେତେବେଳେ ପୀଡ଼ିତାଙ୍କୁ ୧୭ ବର୍ଷ ହୋଇଥିଲା।

ଡିସିପି-ପଶ୍ଚିମ ଏସ ଗିରୀଶ ବିବିସି ହିନ୍ଦୀକୁ କହିଛନ୍ତି, “ସେତେବେଳେ ସେ (ପୀଡ଼ିତା) ଜଣେ ନାବାଳକ ଥିଲେ ଏବଂ ଅଭିଯୁକ୍ତ ଜଣେ ବୟସ୍କ ଥିଲେ। ତେଣୁ ଆମେ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପୋକ୍ସୋ), ଦୁଷ୍କର୍ମ ଓ ଠକେଇ ଅଧୀନରେ ମାମଲା ରୁଜୁ କରିଛୁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ବରୁଣ କୁମାରଙ୍କୁ ଭୁବନେଶ୍ୱରରୁ ଅଣାଯିବ, ଯେଉଁଠାରେ ସେ ଫେଡେରେସନ୍ ଅଫ୍ ଇଣ୍ଡିଆ ହକି (ଏଫ୍ ଆଇଏଚ୍ ) ପ୍ରୋ ଲିଗ୍ ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ଫେବ୍ରୁଆରି ୧୦ତାରିଖରେ ଭାରତ ପ୍ରଥମ ମ୍ୟାଚ୍ ସ୍ପେନ୍ ବିପକ୍ଷରେ ଖେଳିବ। ବରୁଣ କୁମାରଙ୍କୁ ୨୦୨୧ ରେ ଅର୍ଜୁନ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା । ୨୦୧୭ରେ ସେ ଭାରତୀୟ ଦଳ ପାଇଁ ଡେବ୍ୟୁ କରିଥିଲେ।

Get real time updates directly on you device, subscribe now.