fbpx

ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ; ଉଦିତନଗରରୁ ପାନପୋଷକୁ କରିବେ ପଦଯାତ୍ରା

ରାଉରକେଲା: (ଓଡ଼ିଶା ଭାସ୍କର) ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ । ଉଦିତନଗର ଛକରୁ ପାନପୋଷକୁ ପଦଯାତ୍ରା ସହ ସମାବେଶ କରିବେ। ରାଜଗାଙ୍ଗପୁର, କୁତ୍ରା ଓ ବଡ଼ଗାଁ ଦେଇ ସୁନ୍ଦରଗଡ଼ରେ ପହଞ୍ଚିବେ । ଗତକାଲି ଝାରସୁଗୁଡ଼ାରେ ପଦଯାତ୍ରା ପରେ ଛତିଶଗଡ଼ ଯିବେଭାରତ ଯୋଡ ନ୍ୟାୟ ଯାତ୍ରାରେ ଯୋଗ ଦେବା ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ ରାହୁଲ ଗାନ୍ଧୀ । ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ବୀରମିତ୍ରପୁରରେ ପ୍ରଥମେ ଯୋଗ ଦେଇଥିଲେ ରାହୁଲ । ସୁନ୍ଦରଗଡ଼ ଜିଲ୍ଲାର ଵିଜାଵାହାଲ ରାମପାଲ ଗ୍ରାମରେ ରାତ୍ରି ଯାପନ କରିଥିଲେ।

ଆଜି ରାଉରକେଲା ସହରର ଉଦିତନଗର ଠାରୁ ପାନପୋଷ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ପାନପୋଷ ଛକଠାରେ ସାଧାରଣ ସଭା କରିବେ । ଆଜି ରାଉରକେଲା ସହରରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଗସ୍ତ କରିବେ । ଆସନ୍ତାକାଲି ରାତିରେ ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ରାତ୍ରୀ ଯାପନ କରିବା ପରେ ଆସନ୍ତା ଆଠ ତାରିଖ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧି ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ। ଅପରାହ୍ନରେ ରାହୁଲ ଗାନ୍ଧୀ ଛତିସଗଡ ଅଭିମୁଖେ ଯାତ୍ରା କରିବାର କାର୍ଯକ୍ରମ ରହିଛି ।

Get real time updates directly on you device, subscribe now.