fbpx
BSKY
BJD MC SKY
BJD YOUTH SKY

ବାଣ କାରଖାନାରେ ବିସ୍ଫୋରଣ ଘଟଣା, ୩ ଗିରଫ

ଭୋପାଲ: ମଧ୍ୟପ୍ରଦେଶର ହାରଦା ସ୍ଥିତ ଏକ ବାଣ କାରଖାନାରେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଆହତ ଏବଂ ୫୧ ଜଣ ଗୁରୁତର ହୋଇଥିବା ସୂତ୍ରରୁ ପ୍ରକାଶ । ତେବେ ଏହି ବିସ୍ଫୋରଣ ଘଟଣାରେ କାରଖାନା ମାଲିକଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ଦିଲ୍ଲୀ ଫେରାର ହେଉଥିବା ବେଳେ ଗିରଫ କରିଥିଲା ପୋଲିସ । ତେବେ ଘଟଣାରେ ୩ ଜଣିଆ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ସୂଚନାରୁ ପ୍ରକାଶ ମଙ୍ଗଳବାର ମଧ୍ୟପ୍ରଦେଶର ହାରଦା ସ୍ଥିତ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଖବର ପାଇବା ପରେ ପ୍ରଶାସନିକ କର୍ମଚାରୀଙ୍କ ସହ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଅନେକ ନିଖୋଜ ଥିବା ଜଣାପଡ଼ିଛି । ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜରୁରୀ ବୈଠକ ଡକାଇଥିଲେ । ପ୍ରଭାବିତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଯାଦବ ଆଶ୍ୱାସନା ଦେଇଛନ୍ତି ଯେ ଆହତମାନଙ୍କ ପାଇଁ ଆର୍ଥିକ ସହାୟତା ଏବଂ ମାଗଣା ଚିକିତ୍ସା ସେବା ସମେତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ସ୍ଥିତି ଅନୁଧ୍ୟାନ ଲାଗି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ ।

ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହି ପୋଷ୍ଟରେ ଲେଖାଯାଇଛି, “ମଧ୍ୟପ୍ରଦେଶର ହରଦାରେ ଥିବା ଏକ ବାଣ କାରଖାନାରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଗଭୀର ଦୁଃଖିତ। ପ୍ରିୟଜନଙ୍କୁ ହରାଇଥିବା ପରିବାରପ୍ରତି ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିଛି ।”

 

Get real time updates directly on you device, subscribe now.