fbpx

Porn Video ଦେଖି ନିଜ ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ଭାଇ

ଲକ୍ଷ୍ନୌ: ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କରେ କଳଙ୍କ। ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଘଟିଛି। Porn Video ଦେଖି ୧୭ ବର୍ଷୀୟା ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ୧୯ ବର୍ଷୀୟ ଭାଇ। ଗତ ୩ ତାରିଖ ରାତିରେ ସଞ୍ଜୁ ନାମକ ଅଭିଯୁକ୍ତ ତାଙ୍କ ମୋବାଇଲରେ Porn Video ଦେଖିବା ପରେ ଏହି ଘଟଣା ଘଟାଇଥିବା ସୂଚନା ରହିଛି। ଯେତେବେଳେ ଅପରାଧ ଘଟିଲା ସେତେବେଳେ ଭାଇ-ଭଉଣୀ ଏକ ଘରେ ଏକୁଟିଆ ଥିଲେ। ସେମାନଙ୍କ ମାଆ ଘରେ ନ ଥିଲେ।

ରବିବାର ଦିନ କାସଗଞ୍ଜ ପଟିଆଳି କୋତୱାଲି ଅଞ୍ଚଳର ନାଗଲା କିଶୋରୀ ଗ୍ରାମରେ ଜଣେ ଯୁବକ ମୋବାଇଲରେ Porn Video ଦେଖୁଥିଲେ। ଭିଡିଓ ଦେଖିବା ପରେ ସେ ନିଜ ସାନ ଭଉଣୀକୁ ଦୁଷ୍କର୍ମ କରିଥିଲା। ଭଉଣୀ ଏହାର ପ୍ରତିବାଦ କରି ମା’ଙ୍କୁ ଅଭିଯୋଗ କରିବାକୁ କହିବାରୁ ଅଭିଯୁକ୍ତ ଭାଇ ତାଙ୍କୁ ଗଳା କାଟି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ଖବର ପାଇ ଚାରିଆଡ଼େ ଲୋକଙ୍କ ଭିଡ଼ ଜମିଥିଲା। ମା’ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲେ। ଖବର ପାଇ ସେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେ ହଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ମାମଲାରେ ମାମୁଁ ଭଣଜା ବିରୋଧରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରି ଥାନାରେ ଅଭିଯୋଗ କରିଥିଲେ। ସେପଟେ ପୋଲିସ ଅଧୀକ୍ଷକ ନିଶ୍ଚିତ କରିଛନ୍ତି ଯେ ସଞ୍ଜୁ ନିକଟରୁ Porn Video ଥିବା ଏକ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି। ଏହାପରେ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି।

Get real time updates directly on you device, subscribe now.