fbpx

ବ୍ୟୋମକେଶ ହେଲେ ନୂଆ କୁଳପତି

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ବ୍ୟୋମକେଶ ତ୍ରିପାଠୀ । ବ୍ୟୋମକେଶଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ ।

ତେବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ନୂତନ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିଲାଗି ଗତ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆଶାୟୀ ପ୍ରଫେସରମାନେ ବିଜ୍ଞପ୍ତି ପ୍ରକାଶ ପାଇବାର ଏକମାସ ମଧ୍ୟରେ ଆବେଦନ କରିବାକୁ କୁହାଯାଇଥିଲା । ଶିକ୍ଷାଦାନ ତଥା ପ୍ରଶାସନିକ କ୍ଷେତ୍ରରେ ଅତିକମ୍‌ରେ ୧୦ ବର୍ଷ ଅଭିଜ୍ଞତା ରହିଥିବା ପ୍ରାର୍ଥୀମାନେ କୁଳପତି ପଦବୀ ପାଇଁ ଆବେଦନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବରରେ ପ୍ରଫେସର କମଲକାନ୍ତ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱରେ ରହିଥିଲେ ।

Get real time updates directly on you device, subscribe now.