fbpx

ବୋନି କପୁରଙ୍କ ପାଇଁ ପୁଣି ବଢିଲା ସମସ୍ୟା, ଘରର ଆଉ ୨ ଜଣଙ୍କୁ କରୋନା

ବଲିଉଡରେ ବି କରୋନା ଭାଇରସ୍ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବଲିଉଡ ନିର୍ମାତା କରିମ ମୋରାନିଙ୍କ ଦୁଇ ଝିଅ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ସେଲିବ୍ରିଟମାନଙ୍କ ଘରେ କାମ କରୁଥିବା କର୍ମଚାରୀମାନେ ଅଧିକ ସଂକ୍ରମିତ ହେବାରେ ଲାଗିଛନ୍ତି । ନିକଟରେ ଆଉ ଏକ ମାମଲା ସାମନାକୁ ଆସିଥିଲା ଯେ ଫିଲ୍ମ ନିର୍ମାତା ବୋନି କପୁରଙ୍କ ଘରୁ ଜଣେ କାମ କରୁଥିବା କର୍ମଚାରୀକୁ କରୋନା ହୋଇଥିବା କାରଣରୁ ତାଙ୍କର ପୁରା ପରିବାର ଏବେ ସେଲ୍ଫ ଆଇସୋଲେସନରେ ରହିଛନ୍ତି । ଏହା ପରେ ପୁଣି ବୋନିଙ୍କ ସମସ୍ୟା ବଢିଯାଇଛି । କାରଣ ବୋନିଙ୍କ ଘରୁ ଆଉ ୨ ଜଣ ପୁଣି କରୋନାରେ ଚିହ୍ନଟ ହୋଇଛନ୍ତି ।

ତେବେ ପ୍ରଥମେ ଜଣେ କରୋନା ଚିହ୍ନଟ ହେବା ପରେ ସମସ୍ତଙ୍କ ନମୁନା ପରୀକ୍ଷା ପାଇଁ ଦିଆଯାଇଥିଲା । ଯେଉଁଥିରେ ଆଉ ୨ କର୍ମଚାରୀଙ୍କର ପଜିଟିଭ୍ ବାହାରିଲା । କିନ୍ତୁ ଜାହ୍ନବୀ, ଖୁସି ସମେତ ଅନ୍ୟ ପରିବାର ସଦସ୍ୟ ଭଲ ଓ ସଂକ୍ରମିତ ହୋଇନଥିବା ବୋନି କହିଛନ୍ତି ।

Get real time updates directly on you device, subscribe now.