fbpx

LPG ବୁକିଂ ଉପରେ ମିଳିବ ୨୭୦୦ ରିହାତି; ଏମିତି ଉଠାଇ ପାରିବେ ଫାଇଦା

ନୂଆଦିଲ୍ଳୀ: ଏଲପିଜି ସିଲିଣ୍ଡର ବୁକ କରୁଥିଲେ ଆପଣଙ୍କ ପାଇଁ ଖୁସିଖବର । ଆପଣଙ୍କୁ ମିଳିପାରିବ ୨୭୦୦ ଟଙ୍କାର ରିହାତି । ତେବେ ୨୭୦୦ ଟଙ୍କା ଆପଣଙ୍କୁ ସିଧାସଳଖ ଭାବରେ ନୁହେଁ ବରଂ କ୍ୟାସବ୍ୟାକ ଆକାରରେ ମିଳିବ । ପେଟିଏମରେ ଏଲପିଜି ବୁକିଂ କରିବା ଦ୍ୱାରା ଏହି ସୁବିଧା ମିଳିବାକୁ ଯାଉଛି । ପ୍ରଥମ ଥର ପେଟିଏମ ମାଧ୍ୟମରେ ବୁକିଂ କରୁଥିବା ଗ୍ରାହକଙ୍କୁ ଏହି ସୁବିଧା ମିଳିବ । ଏହା ସହିତ ପ୍ରତି ଥରର ବୁକିଂରେ ୫ ହଜାର ପର୍ଯ୍ୟନ୍ତ କ୍ୟାସବ୍ୟାକ ପଏଣ୍ଟ ମଧ୍ୟ ମିଳିପାରିବ ।
ପେଟିଏମ ପକ୍ଷରୁ ୩ପେ ୨୭୦୦ ନାମକ ଅଫର ଜରିଆରେ ଗ୍ରାହକଙ୍କୁ ଏହି ସୁବିଧା ମିଳି ବ । ଲଗାତାର ୩ ମାସ ଧରି ଗ୍ୟାସ ବୁକିଂ କରିବା ଫଳରେ ଅନ୍ୟୁନ ୨୭୦୦ ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିପାରିବ । ଏହା ସହିତ ୩ଟି ବୁକିଂ ପରେ ଅନ୍ୟୁନ ୯୦୦ ଟଙ୍କାର ରିହାତି ବା କ୍ୟାସବ୍ୟାକ ମିଳିବ ।

କେମିତି କରିବେ ବୁକିଂ:
ନିଜର ପେଟିଏମ ଆପକୁ ଯାଇ ଗ୍ୟାସ ବୁକିଂ ଉପରେ କ୍ଲିକ୍ କରନ୍ତୁ ।
ନିଜର ଗ୍ୟାସ ସିଲିଣ୍ଡର କମ୍ପାନୀ ଏବଂ ଏରିଆ ଚୟନ କରନ୍ତୁ ।
ଏଲପିଜି ଆଇଡି ଅଥବା ରେଜିଷ୍ଟରଡ ମୋବାଇଲ ନମ୍ବର ଏଣ୍ଟ୍ରି କରନ୍ତୁ ।
ପେଟିଏମ୍ ୱାଲେଟ୍, ୟୁପିଆଇ ଅଥବା ନେଟ ବ୍ୟାଙ୍କିଙ୍ଗ ଜରିଆରେ ପେମେଣ୍ଟ କରନ୍ତୁ ।
ପେଟିଏମ ପୋଷ୍ଟପେଡ ଅଥବା ପେ ଲ୍ୟାଟର ଅପସନ ଉପରେ କ୍ଲିକ୍ କରନ୍ତୁ ।
ପେମେଣ୍ଟ ସମାପ୍ତ ହେବା ପରେ ଗ୍ୟାସ ଆପଣଙ୍କ ଆଡ୍ରେସରେ ଡେଲିଭର ହେବ ।

Get real time updates directly on you device, subscribe now.