fbpx
BJD SKY
BJD SKY

ବର୍ଡର-ଗାଭାସ୍କର ଟ୍ରଫି: ଭାରତର ସ୍ପିନ୍ ଜାଲରେ ଫସିଲା ଅଷ୍ଟ୍ରେଲିଆ, ପ୍ରଥମ ଦିନରେ ବୋଲିଂ ଓ ବ୍ୟାଟିଂରେ ଦମ୍ ଦେଖାଇଲା ଭାରତ

BJD

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି। ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଭାରତର ସ୍ପିନ୍ ଜାଲରେ ଛନ୍ଦି ହୋଇଯାଇଛି। କଙ୍ଗାରୁ ଦଳ ୧୭୭ ରନ୍‌ରେ ଅଲଆଉଟ୍ ହୋଇଛି। ଦିର୍ଘ ୬ ମାସ ପରେ ଭାରତର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରଚଣ୍ଡ ଫର୍ମ ସହିତ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାଡେଜା ୫ ୱିକେଟ୍ ନେଇ ଅଷ୍ଟ୍ରେଲିଆର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ପାଇଁ ମାର୍ନସ ଲାବୁଶେନ୍‌, ଷ୍ଟିଭ୍ ସ୍ମିଥ୍ ଏବଂ ଆଲେକ୍ସ କେରୀ କିଛି ଯୋଗଦାନ କରିଥିଲେ ମଧ୍ୟ ଦଳକୁ ୨୦୦ ପାର୍ କରି ପାରି ନଥିଲେ। ଭାରତ ପାଇଁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନି ୩ଟି, ମହମ୍ମଦ ସିରାଜ ଏବଂ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ୍ ବିନିମୟରେ ୭୭ ରନ୍ ସଂଗ୍ରହ କରିଛି। କେ.ଏଲ୍ ରାହୁଲ ୭୧ ବଲ୍‌ରେ ୨୦ ରନ୍ କରି ଆଉଟ୍ ହୋଇଛନ୍ତି । ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ୬୯ ବଲ୍‌ରେ ୫୬ ରନ୍‌ର ଅର୍ଦ୍ଦଶତକୀୟ ପାଳି ଖେଳି ନଟ୍ ଆଉଟ୍ ରହିଛନ୍ତି । ଅନ୍ୟପଟେ ନାଇଟ୍ ଉଚ୍‌ମ୍ୟାନ୍ ଭାବେ ରବିଚନ୍ଦ୍ରନ୍ ଅଶ୍ୱିନି ୫ ବଲ୍ ଖେଳି କୋଣସି ରନ୍ ନକରି ଅପରାଜିତ ରହିଛନ୍ତି ।

Get real time updates directly on you device, subscribe now.