fbpx

ପ୍ରେଗ୍ନେସି ଟେଷ୍ଟ କିଟ୍ ହେଲା କାଳ, ଜୀବନ ନେଲେ ବାପା-ମା

ନୂଆଦିଲ୍ଲୀ : ପ୍ରେଗ୍ନେସି ଟେଷ୍ଟ କିଟ୍ ବା ଗର୍ଭଧାରଣ ପରୀକ୍ଷା କିଟ୍ ଯୋଗୁଁ ଜଣେ ଯୁବତୀଙ୍କୁ ଜୀବନ ହାରିବାକୁ ପଡିଛି । ନିଜ ବାପା-ମା’ ଓ ୨ ଭାଇ ତାଙ୍କୁ ହତ୍ୟା କରଛନ୍ତି । ପୁଲିସ ୪ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ, ଜଣେ ୨୧ ବର୍ଷୀୟ ଯୁବତୀଙ୍କ ପାଖରୁ ପ୍ରେଗ୍ନେସି ଟେଷ୍ଟ କିଟ୍ ମିଳିବାରୁ ତାଙ୍କ ବାପା-ମା ସନ୍ଦେହ କରିଥିଲେ ଯେ ଝିଅର କାହା ସହ ସମ୍ପର୍କ ଅଛି । ଏହାକୁ ନେଇ ସେମାନେ ଯୁବତୀଙ୍କ ଗଳା କାଟି ହତ୍ୟା କରିଥିଲେ । ପରେ ଯୁବତୀଙ୍କ ଚେହେରା ନଷ୍ଟ କରିବା ପାଇଁ ଏସିଡି ମଧ୍ୟ ଢାଳିଥିଲେ । ହତ୍ୟା କରି ଶବ ଫିଙ୍ଗିବା ଦେଇଥିଲେ । ଯୁବତୀଙ୍କ ଶବ ଲୁଚାଇବା ଯୋଜନାରେ ତାଙ୍କର ଦୁଇ ଭାଇ ମଧ୍ୟ ସାମିଲ ଥିଲେ ।

ଯୁବତୀ ନିଖୋଜ ନେଇ ତାଙ୍କ ଗାଁ ଥାନାରେ ଏତଲା ଦେଇଥିଲେ । ପୁଲିସ ଖୋଜାଖୋଜି କରିବା ଯୁବତୀଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରିଥିଲା । ପରେ ପୁଲିସ ତଦନ୍ତରୁ ଜଣାପଡିଥିଲା ଯେ, ପ୍ରେଗ୍ନେସି ଟେଷ୍ଟ କିଟ୍ ପାଇଁ ପରିବାର ଲୋକ ଝିଅକୁ ହତ୍ୟା କରିଛନ୍ତି । ପୁଲିସ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.