fbpx

ଇସ୍ତଫା ଦେଇପାରନ୍ତି ବୋରିସ୍ ଜନସନ୍: ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମମନ୍ତ୍ରୀ ବୋରିସ୍ ଜନସନଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡ଼ୁଆ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମେ ୨୦୨୦ ରେ କରୋନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ ସମୟରେ ନିଜର ଡାଉନିଙ୍ଗ ହାଇସରେ ମଦ ପାର୍ଟୀ କରିବାକୁ ନେଇ ବିବାଦ ଘେରରେ ଫସିଛନ୍ତି । ଆଉ ଏବେ ତାଙ୍କ ଉପରେ ଇସ୍ତଫା ନେଇ ପଡ଼ିଛି ଚାପ । ବିରୋଧୀ ଜସନସଙ୍କ ଇସ୍ତଫା ଦାବି କରୁଥିବାବେଳେ ଏବେ ବୋରିସ୍ ଜନସନ ଇସ୍ତଫା ଦେବେ ଏବଂ ତାଙ୍କ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ତାଙ୍କ ସ୍ଥାନ ନେବା ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ ୨୦୨୦ରେ ଲକଡାଉନ ସମୟରେ ମଦ ପାର୍ଟୀ କରିବା ବିଷୟରେ ଜଣାପଡ଼ିବାପରେ ଜସନସଙ୍କ ବିରୋଧରେ ବିରୋଧୀ ଦଳ ନୁହେଁ ବରଂ ନିଜ ଦଳରୁ ମଧ୍ୟ ଜନସନ ଇସ୍ତଫା ଦେବାକୁ ଚାପ ପଡ଼ୁଛି । ସେପଟେ ବୋରିସଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ପ୍ରଥମ ପସନ୍ଦ ଋଷି ସନକ ଥିବାବେଳେ, ଦ୍ୱିତୀୟ ସ୍ଥାନରେ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରୁସ, ତୃତୀୟ ସ୍ଥାନରେ ମାଇକେଲ ଗୋଭ ରହିଛନ୍ତି ।

ଏମିତି ଥିଲା ଘଟଣା:

ଜନସନଙ୍କ ମୁଖ୍ୟ ବ୍ୟକ୍ତିଗତ ସଚିବ ମାର୍ଟି ରେନୋଲ୍ଡସଙ୍କ ଦ୍ୱାରା ଅନେକ ଲୋକଙ୍କ ପାର୍ଟୀ ପାଇଁ ନିମନ୍ତ୍ରଣ ମେଲ୍ କରାଯାଇଥିଲା । ଅବଶ୍ୟ ସେହି ସମୟରେ ଦେଶରେ କୋଭିଡ ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସର୍ବସାଧାରଣରେ ଏକାଠି ହେବାକୁ ଏବଂ ସାମାଜିକ ଆୟୋଜନ ଉପରେ ପ୍ରତିବନ୍ଧକ ରହିଥିଲା । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜନସନ କ୍ଷମା ମାଗିବା ସହ ଏଥିରେ ଅନୁତପ୍ତ ବୋଲି କହିଛନ୍ତି । ଜନସନ କହିଛନ୍ତି ଯେ ସେ ଭାବିଥିଲେ ଯେ ଏହା ତାଙ୍କୁ କାର୍ଯ୍ୟ ସମ୍ବନ୍ଧୀୟ ଇଭେଣ୍ଟ ।

ସେପଟେ ଏହି ଘଟଣାକୁ ନେଇ ବିରୋଧୀ ଲେବର ପାର୍ଟୀ ତରଫରୁ ଜନସନଙ୍କୁ ସମାଲୋଚନା କରିବା ସହ ଇସ୍ତଫା ଦାବି କରିଛନ୍ତି ।

Get real time updates directly on you device, subscribe now.