fbpx

ଭ୍ୟାକ୍ସିନ୍ ନେବାକୁ ମନା କରୁଥିଲେ ସାବଧାନ୍! ଦିଲ୍ଲୀରେ ମୃତକଙ୍କ ମଧ୍ୟରୁ ୭୫% ନେଇନଥିଲେ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ପୁଣି ଥରେ ବ୍ୟାପିବାରେ ଲାଗିଛି । ଓମିକ୍ରନ ମାମଲାକୁ ନେଇ ପୁଣି କରୋନା ମାମଲା ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କ ଟିକାକରଣ କରିବାକୁ ଗୁରୁତ୍ୱ ଦିଆଯାଉଛି । ଟିକା ନେଉନଥିବା ଲୋକେ ସାବଧାନ୍ ହୋଇଯାଆନ୍ତୁ । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କହିବା ମୁତାବକ, ରାଜଧାନୀରେ ଟିକା ନେଇନଥିବା ଲୋକଙ୍କର ଅଧିକ ମୃତ୍ୟୁ ହେଉଛି । ମୃତ୍ୟୁର ଶିକାର ହେଉଥିବା ଏଭଳି ଲୋକଙ୍କର ସଂଖ୍ୟା ୭୫% ରହିଛି ।

ତଥ୍ୟ ଅନୁସାରେ, ଗତ କିଛଇ ଦିନରେ ମୃତ୍ୟୁ ବରଣ କରିଥିବା ୯୬ ଜଣଙ୍କ ମଧ୍ୟରୁ ୮୭ ଜଣ ଲୋକ କରୋନା ଟିକା ନେଇନଥିଲେ । ୧୧ ଜଣଙ୍କୁ ହିଁ କରୋନାର ୨ଟି ଯାକ ଟିକା ଦିଆଯାଇଥିଲା । ଏହା ସହ ଦିଲ୍ଲୀରେ ୧୦୦% ଲୋକଙ୍କୁ ଟିକାର ପ୍ରଥମ ଡୋଜ୍ ଲାଗିସାରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.