fbpx

ଉଡ଼ନ୍ତା ବିମାନରେ ଶୋଇଗଲେ ଉଭୟ ପାଇଲଟ୍; ହେଲେ ସୁରକ୍ଷିତ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ବିମାନ ବାଟିକ୍ ଏୟାରର ଦୁଇ ପାଇଲଟ୍ ବିମାନ ମଝିରେ ଶୋଇ ପଡ଼ିଥିଲେ । ଇଣ୍ଡୋନେସିଆ ସରକାର ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରୁଛନ୍ତି । ଜାନୁଆରୀ ୨୫ ରେ ବାଟିକ୍ ଏୟାର ର ବିମାନଟି ରାଜଧାନୀ ଜାକର୍ତ୍ତାରୁ ସୁଲାୱେସି ଅଭିମୁଖେ ଯାତ୍ରା କରୁଥିଲା । ବିମାନଟି ୨୮ ମିନିଟ୍ ପର୍ଯ୍ୟନ୍ତ ଏଭଳି ଉଡ଼ାଣ ଭରିଥିଲା । କୁହାଯାଉଛି ଯେ ଜଣେ ପାଇଲଟ ତାଙ୍କ ନବଜାତ ଯାଆଁଳା ପିଲାଙ୍କ ଯତ୍ନ ନେବା କାମ କରି ଥକି ଯାଇଥିଲେ । ଏହି କାରଣରୁ ସେ ଡ୍ୟୁଟି ସମୟରେ ଶୋଇ ପଡ଼ିଥିଲେ । ଉଭୟ ପାଇଲଟ ଶୋଇପଡ଼ିବାରୁ ବିମାନଟି କିଛି ସମୟ ପାଇଁ ବାଟ ବଣା ହୋଇଥିଲା ।  ଶେଷରେ ସୁରକ୍ଷିତ ଅବତରଣ କରିବାରେ ସକ୍ଷମ ହୋଇଥିଲା ।

ବିମାନରେ ଥିବା ସମସ୍ତ ୧୫୩ ଯାତ୍ରୀ ସୁରକ୍ଷିତ ଥିଲେ । ଅବହେଳା ପାଇଁ ଉଭୟ ପାଇଲଟଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ପରିବହନ ମନ୍ତ୍ରଣାଳୟରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ ପାଇଲଟ ବିମାନ ଉଡ଼ାଣ ଭରିବାର ଅଧ ଘଣ୍ଟା ପର୍ଯ୍ୟନ୍ତ ନିଜ ସହ-ପାଇଲଟଙ୍କୁ ବିମାନକୁ ନିୟନ୍ତ୍ରଣ କରିବାକୁ କହିଥିଲେ । ମୁଖ୍ୟ ପାଇଲଟ୍ କହିଛନ୍ତି ଯେ ତାଙ୍କୁ ଅଳ୍ପ ସମୟ ବିଶ୍ରାମ ଦରକାର । କିନ୍ତୁ କିଛି ସମୟ ପରେ କୋ-ପାଇଲଟ୍ ମଧ୍ୟ ଶୋଇ ପଡ଼ିଥିଲେ ।

Get real time updates directly on you device, subscribe now.