fbpx

ତଣ୍ଟିରେ ଫସିଗଲା ଠିପି: ଏପରି ଟେକନିକରେ ପିଲାର ଜୀବନ ବଞ୍ଚାଇଲେ ଶିକ୍ଷୟିତ୍ରୀ, ଦେଖନ୍ତୁ Video

ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତି ତ ଆଉ କିଛି ଭିଡିଓରୁ କିଛି ଶିକ୍ଷଣୀୟ ତଥ୍ୟ ଗ୍ରହଣ କରନ୍ତି । ସେହିପରି ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଛାତ୍ର ପାଣି ପିଉଥିବା ବେଳେ ବୋତଲର ଠିପି ତଣ୍ଟିରେ ଫସିଯାଇଥିବା ଦେଖିବାକୁ ମିଳିଛି । କିନ୍ତୁ କ୍ଲାସରେ ଥିବା ଶିକ୍ଷୟିତ୍ରୀ ଜଣକ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଠିପିକୁ ବାହାର କରିଥିଲେ ଓ ପିଲାଟିର ଜୀବନ ବଞ୍ଚାଇଥିଲେ ।

ତେବେ କ୍ଲାସରୁମରେ ଜଣେ ଛାତ୍ର ବୋତଲରୁ ପାଣି ପିଉଥିଲେ । ଏହି ସମୟରେ ବୋତଲର ଠିପିଟି ତାଙ୍କ ତଣ୍ଟୀରେ ଅଟକିଯାଇଥିଲା । ଛାତ୍ରଜଣକ ତୁରନ୍ତ ଶିକ୍ଷୟିତ୍ରୀଙ୍କ ପାଖକୁ ଯାଇଥିଲେ ଓ ଇସାରାରେ ଠିପିଟି ତଣ୍ଟିରେ ଫସିଥିବା କହିଥିଲେ । ଏହା ପରେ ଶିକ୍ଷୟିତ୍ରୀ ଜଣକ ତୁରନ୍ତ ଆକ୍ସନ ନେଇ ହିମଲିଚ୍ ମାନୁଭର ଟେକନିକ୍ ବ୍ୟବହାର କରି ଛାତ୍ରର ଜୀବନ ରକ୍ଷାକରିଥିଲେ ।

ଆମେରିକାର ନ୍ୟୁଜର୍ସିରେ ଥିବା ଇଷ୍ଟ ଆରେଞ୍ଜ କମ୍ୟୁନିଟି ଚାର୍ଟର ସ୍କୁଲର ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ର ରୋବର୍ଟ ଡେଲି ମେଲ ଏବଂ ଡବ୍ଲୁଏବିସି ସହିତ କଥାବାର୍ତ୍ତା ବେଳେ ଏହି ସୂଚନା ଦେଇଛନ୍ତି । ସେ କହିଥିଲେ ଯେ, ‘ମୁଁ ମୋର ଦାନ୍ତ ସାହାଯ୍ୟରେ ପାଣି ପିଇବା ଆରମ୍ଭ କଲି, ତା’ପରେ ପାଣି ବୋତଲର ଠିପି ମୋ ଗଳାରେ ଫସିଯାଇଥିଲା । ମୁଁ ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ଏହା ଜଣାଇଲି । ଏହା ପରେ ଶିକ୍ଷୟିତ୍ରୀ ଠିପିକୁ ବାହାର କରିଥିଲେ ।’ ଅନ୍ୟପଟେ ପିଲାଟିର ପାଟିରୁ ଠିପି ବାହାର କରିଥିବା ଶିକ୍ଷୟିତ୍ରୀଙ୍କ ନାଁ ଜେନକିନସ୍ । ସେ ଗତ ପାଞ୍ଚ ବର୍ଷ ଧରି ଶିକ୍ଷାଦାନ କରିଆସୁଛନ୍ତି । ଏହା ବ୍ୟତୀତ ସେ ସିପିଆର ଓ ପ୍ରାଥମିକ ଚିକିତ୍ସା ପାଇଁ ଟ୍ରେନିଂ ନେଇଛନ୍ତି ।

Get real time updates directly on you device, subscribe now.