fbpx

ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ, ୪୩ଂ ତାପମାତ୍ରା ସହ ବୌଦ୍ଧ ଏବଂ ସୋନପୁର ସବୁଠୁ ଉତ୍ତପ୍ତ ସହର

ରାଜ୍ୟରେ ଗତ ଦୁଇ ଦିନ ଧରି କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହାସ ପାଇଥିଲେବି ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଗୁରୁବାର ରାଜ୍ୟରେ ୪୩ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ଏବଂ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଛି । ସେହିପରି ୧୩ ଟି ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିବାବେଳେ ୫ ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।

ରାଜ୍ୟରେ ଝାରସୁଗୁଡ଼ାରେ ୪୨ଂ, ସମ୍ବଲପୁରରେ ୪୧.୨, ହୀରାକୁଦରେ ୪୦.୬ଂ, ଭବାନୀପାଟଣାରେ ୪୦.୫ଂ, ବଲାଙ୍ଗିରରେ ୪୨.୫ଂ, ଫୁଲବାଣୀରେ ୪୦.୭ଂ, ଟିଟଲାଗଡ଼ରେ ୪୨.୨ଂ, ଦେଓଗଡ଼ରେ ୪୧.୨, ନୂଆପଡ଼ା-ନୟାଗଡ଼ରେ ୪୦.୫, ପାରଳାଖେମୁଣ୍ଡିରେ ୪୦ଂ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଏବଂ କଟକରେ ୩୬.୨ଂ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.