ପୁଣି ତତଲା କଡ଼େଇରେ ଭାଜି ହେଲା ସାରା ରାଜ୍ୟ: ୪୪.୫ଂ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

ଗତ ଦୁଇ ଦିନ ହେବ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା କମ ରହିଥିବାବେଳେ ମଙ୍ଗଳବାର ପୁଣିଥରେ ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା । ପ୍ରବଳ ଖରାରେ ସନ୍ତୁଳି ହେଲା ସାରା ଓଡ଼ିଶା । ୪୪.୫ ଡିଗ୍ରି ସହ ଆଜି ବୌଦ୍ଧ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

ଏଥି ସହିତ ଆଜି ରାଜ୍ୟର ୧୮ଟି ସହର ୪୦ ଡିଗ୍ରି ଉପରେ ରହିଛି  । ସୋନପୁର ଓ ଅନୁଗୁଳ ୪୩.୫, ସୁନ୍ଦରଗଡ଼, ବଲାଙ୍ଗିର ୪୩ ଡିଗ୍ରି, ଝାରସୁଗୁଡ଼ା ୪୩, ସମ୍ବଲପୁର ୪୨.୫, ଭୁବନେଶ୍ୱର ୩୯, ବରଗଡ଼ ୪୦.୪, ନୂଆପଡ଼ା ୪୦.୦ଂ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.