fbpx

ସାର୍ବଜନିକ ଶୌଚାଳୟରେ ଫୁଟିଲା ବମ୍, ୧୧ ବର୍ଷୀୟ ବାଳକର ମୃତ୍ୟୁ

Advertisement

କୋଲକାତା:ପଶ୍ଚିିମବଙ୍ଗରେ ସେହି ସମୟରେ ଆତଙ୍କ ଖେଳି ଯାଇଥିଲା ଯେତେବେଳେ ଏକ ପବ୍ଲିକ୍ ଟଏଲେଟ୍ ରୁ ଅଚାନକ ବମ୍ ବିସ୍ଫୋରଣର ଶବ୍ଦ ଆସିଥିଲା । ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ରେ ସୋମବାର ଏକ ସାର୍ବଜନିକ ଶୌଚାଳୟରେ ଭୟଙ୍କର ବମ୍ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଏକ ୧୧ ବର୍ଷୀୟ ବାଳକର ମୃତ୍ୟୁ ହୋଇଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

ପିଟିଆଇ ସୂତ୍ର ଆଧାରରେ ବମ୍ ବିସ୍ଫୋରଣର ସୂଚନା ପରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ସୁବାସପଲ୍ଲୀରେ ରହୁଥିବା ଜଣେ ନାବାଳିକ ବନଗାଓଁ ଇଲାକାରେ ଥିବା ରେଲୱେ ଗେଟ୍ ନଂ ୧ ନିକଟରେ ଥିବା ଏକ ସର୍ବସାଧାରଣ ଟଏଲେଟକୁ ଯାଇଥିଲେ । ଏହି ସମୟରେ ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ସେ ଗମ୍ଭୀର ଭାବରେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଦୁଃଖ ବ୍ୟକ୍ତ କରିବା ସହ ଘଟଣାର ଯାଞ୍ଚ କରି ବମ୍ ରଖିଥିବା ବ୍ୟକ୍ତିକୁ ଯେତେଶୀଘ୍ର ଚିହ୍ନଟ କରାଯାଇ କଠୋର ଦଣ୍ଡ ଦିଆଯାଉ ବୋଲି ଦାବୀ କରିଛନ୍ତି । ତେବେ ଏହି ବିସ୍ଫୋରଣରେ ଆଉ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି ।

Get real time updates directly on you device, subscribe now.