fbpx
BJD SKY
BJD SKY

ସର୍ଜରୀ ପୂର୍ବରୁ ନିର୍ବୋଧ ବାଳକର ମନଖୋଲା ଡାନ୍ସ , ଭିଡିଓ ହେଉଛି ଭାଇରାଲ

BJD

ନୂଆଦିଲ୍ଲୀ : ହସ୍ପିଟାଲକୁ ଗଲେ ପ୍ରାୟ ସମସ୍ତେ ନର୍ଭସ ହୋଇଯାଆନ୍ତି । ମନ ଦୁଃଖ ହୋଇଯାଏ । ଛୁଞ୍ଚି, ଇଞ୍ଜେକସନ୍ ଏବଂ ଅନ୍ୟାନ୍ୟ ମେଡିକାଲ ଉପକରଣ ଦେଖିଲେ କାହାକୁ ବା ଡର ନ ଲାଗେ । ଉପରେ ଆମେ ଯେତେ ମୁହଁ ଫୁଟାଣି ମାରିଲେ ମଧ୍ୟ ସମସ୍ତେ ମନ ଭିତରୁ ଭୟବୀତ ଅବସ୍ଥାରେ ଥାନ୍ତି । ଏକ ଅଜଚ୍ଚା ଭୟ ମନକୁ ବାନ୍ଧି ରଖିଥାଏ । ଆମେ ଯେତେ ଚାହିଁଲେ ବି ମନ ଖୋଲି ହସିପାରିନାହୁଁ ।

କିନ୍ତୁ କୁହାଯାଏ ଶିଶୁମାନେ ହେଉଛନ୍ତି ନିର୍ବୋଧ । ସେମାନେ କୌଣସି ଛନ୍ଦ, କପଟ, ମୋହ ଓ ମାୟା ବୁଝନ୍ତି ନାହିଁ । ଯଦିଓ କେତେକ ଶିଶୁ ଅଛନ୍ତି ଯେଉଁମାନେ ମେଡିକାଲ ଯିବା କ୍ଷଣି କାନ୍ଦି ଉଠନ୍ତି ବା ଇଞ୍ଜେକସନ୍ ଦେଖିଲେ ରାହା ଧରି କାନ୍ଦନ୍ତି କିନ୍ତୁ ଅନ୍ୟ କେତେକ ଶିଶୁ ଥାନ୍ତି ବହୁତ ସାହାସୀ । ସେମାନଙ୍କୁ ଡର ଭୟ କିଛି ନଥାଏ । ସେମାନେ କାହାକୁ ଡରନ୍ତି ନାହିଁ । ଏମିତିକି ମେଡିକାଲରେ ବେଡରେ ମଧ୍ୟ ସେମାନେ କୌତୁହଳ ପୂର୍ଣ୍ଣ କାର୍ଯ୍ୟକଳାପ କରିଥାନ୍ତି । ଯାହାକୁ ଦେଖିଲେ ଆପେଆପେ ମୁହଁରୁ ହସ ଫୁଟିଆସେ ।

 

View this post on Instagram

 

A post shared by People Magazine (@people)

ସେଭଳି ଏକ ଶିଶୁର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ୪ରୁ ୫ ବର୍ଷ ବୟସର ଜଣେ ଶିଶୁ ହସ୍ପିଟାଲ ପରିସରରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି । ପିଲାଟି କୌଣସି ଚେକଅପ୍ ପାଇଁ ଆସିନାହିଁ । ବରଂ ତାର କୌଣିସ ସର୍ଜରୀ ହେବ ବୋଲି ପୋଷାକରୁ ପଡୁଛି । ସର୍ଜରୀ ପୂର୍ବରୁ ଯେଉଁ ଡ୍ରେସ୍ ପିନ୍ଧିବାକୁ ଦିଆଯାଏ, ପିଲାଟି ସେଇଟା ମଧ୍ୟ ପିନ୍ଧିଛି । ଏଥିୁରୁ ଜଣାପଡୁଛି ଯେ, ସର୍ଜରୀର କେଇ ମିନିଟ୍ ପୂର୍ବରୁ ପିଲାଟି ମନଖୋଲା ନୃତ୍ୟ ପରିବେଷଣ କରି ଭାଇରାଲ ହୋଇଛି । ତେବେ ଏଭଳି ପରିସ୍ଥିତିରେ ପିଲାଟିର ମନଖୋଲା ନୃତ୍ୟ ଦେଖି ଯେକେହି ମଧ୍ୟ ଏହାକୁ ଦେଖି ହସିବାକୁ ଏବଂ ପିଲାଟିର ପ୍ରଂଶସା କରିବାକୁ ପଛାଇବେ ନାହିଁ ।

Get real time updates directly on you device, subscribe now.