ନୂଆଦିଲ୍ଲୀ: ଆଜିଠାରୁ କେପଟାଉନର ନ୍ୟୁଲାଣ୍ଡସ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ହିଁ ଉଭୟ ଦଳ ଅଲଆଉଟ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି ଦକ୍ଷିଣ ଆଫ୍ରିକା । ତେଣୁ ଏହି ମ୍ୟାଚ ଖୁବ ରୋମାଞ୍ଚକର ହେବା ନେଇ ଆଶା ଆହୁରି ବଢିଯାଇଛି । କିନ୍ତୁ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକଙ୍କୁ ନେଇ ଖୁବ ବିରୋଧ ଦେଖିବାକୁ ମିଳିଛି । ଦର୍ଶକ ଗ୍ୟାଲେରୀରେ ସାଉଥ ଆଫ୍ରିକାର ଅଧିନାୟକଙ୍କୁ ବୟକଟ୍ କରିବା ପାଇଁ ଦାବି କରାଯାଇଛି । ଏହାସହିତ ତାଙ୍କ ବିରୋଧୀ ସ୍ଲୋଗାନରେ କମ୍ପି ଉଠିଛି ସାରା ଷ୍ଟାଡିୟମ୍ ।
ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମ ବାହାରେ ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କୁ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଛି । ସାଉଥ ଆଫ୍ରିକାର ଅଣ୍ଡର-୧୯ ଦଳର ଅଧିନାୟକ ଡାଭିଡ ଟିଗରଙ୍କୁ ବିରୋଧ କରି ଏହି ପଦକ୍ଷେପ ନେଇଛନ୍ତି ପାଲେଷ୍ଟାଇନ ସମର୍ଥକ । କେପଟାଉନରେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଷ୍ଟାଡିୟମ ବାହାରେ ସେମାନେ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଛନ୍ତି । ଏହାସହିତ ଘରୋଇ ଦଳର ଅଣ୍ଡର-୧୯ ଅଧିନାୟକ ଡାଭିଡ ଟିଗରଙ୍କୁ ମଧ୍ୟ ବୟକଟ୍ କରିବା ପାଇଁ ଦାବି କରିଛନ୍ତି । ଟିଗର ଇସ୍ରାଏଲ ସେନାକୁ ସମର୍ଥନ କରି ଏକ ବୟାନ ଦେଇଥିଲେ । ଯେଉଁଥିପାଇଁ ବର୍ତ୍ତମାନ ତାଙ୍କୁ ଦଳରୁ ବୟକଟ୍ କରିବା ପାଇଁ ଦାବି କରିଛନ୍ତି ପାଲେଷ୍ଟାଇନ ସମର୍ଥକ ।
ବିକ୍ଷୋଭକାରୀଙ୍କ ଏହି ଛୋଟ ଗୋଷ୍ଠୀ ପ୍ଲାକାର୍ଡ ଧରିଥିଲେ ଯେଉଁଥିରେ “ରଙ୍ଗଭେଦୀ ଇସ୍ରାଏଲକୁ ବଏକଟ୍” ଏବଂ “ରଙ୍ଗଭେଦୀ ଇସ୍ରାଏଲକୁ ଧ୍ୱଂସ କର” ଲେଖାଥିଲା। ଏହି ବିକ୍ଷୋଭକାରୀମାନେ ସ୍ୱାଧୀନ ପାଲେଷ୍ଟାଇନ ଦାବି କରୁଥିବା ସ୍ଲୋଗାନ ମଧ୍ୟ ଦେଇଥିଲେ। ଷ୍ଟାଡିୟମ ବାହାରେ ଏହି ପ୍ରଦର୍ଶନକାରୀମାନେ ଦକ୍ଷିଣ ଆଫ୍ରିକା ଅଣ୍ଡର -୧୯ ଅଧିନାୟକଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ।