fbpx

ଓଡ଼ିଶାର ୮ ଉତ୍ପାଦକୁ ମିଳିଲା GI ଟ୍ୟାଗ୍‌; ମାନ୍ୟତାରେ ରହିଛି ନୟାଗଡ଼ର ସ୍ୱତନ୍ତ୍ର କିସମର ‘କଣ୍ଟେଇମୁଣ୍ଡି ବାଇଗଣ’

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶାର ୮ ଉତ୍ପାଦକୁ ମିଳିଲା GI ଟ୍ୟାଗ୍‌ । GI ଟ୍ୟାଗ୍‌ ମିଳିବା ନେଇ Xରେ ସୂଚନା ଦେଲା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ । ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ମୟୂରଭଂଜ କାଇ ଚଟଣୀକୁ ମାନ୍ୟତା । ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌କୁ ମାନ୍ୟତା ମିଳିଛି । କେନ୍ଦ୍ରାପଡ଼ା ରସାବଳି, କୋରାପୁଟ କଳାଜିରା ଧାନକୁ ଜିଆଇ ଟ୍ୟାଗ୍‌ । ଲାଞ୍ଜିଆ ସୌରା ଚିତ୍ରକଳାକୁ ବି ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି ।

ସବୁଠୁ ବଡ଼ କଥା ହେଉଛି ନୟାଗଡ଼ର ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। କଣ୍ଟିଲୋ ଅଞ୍ଚଳରେ ହୋଇଥାଏ ଏହି ସ୍ୱତନ୍ତ୍ର କଣ୍ଟେଇମୁଣ୍ଡି ବାଇଗଣ। ଜିଲାରେ ଫଳୁଥିବା ଏହି ସ୍ୱତନ୍ତ୍ର କିସମର ବାଇଗଣକୁ ଜିଆଇ ଟ୍ୟାଗ ଦେବା ପାଇଁ ଆବେଦନ କରିଥିଲା ଜିଲ୍ଲା ପ୍ରଶାସନ। ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ପ୍ରସ୍ତୁତ କରାଯାଇ ଓଡିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)କୁ ଦିଆଯାଇଥିଲା। ଓୟୁଏଟି ପକ୍ଷରୁ ଆବଶ୍ୟକ କାଗଜାତ ଜିଆଇ ଟ୍ୟାଗ କାର୍ଯ୍ୟାଳୟ ଚେନ୍ନାଇକୁ ପଠାଇଥିଲେ । ବର୍ତ୍ତମାନ ଏହି GI ଟ୍ୟାଗ୍‌ ମିଳିବା ପରେ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟ ପାଇଁ ଏକ ଗର୍ବ-ଗୌରବର ବିଷୟ।

Get real time updates directly on you device, subscribe now.