fbpx
BJD SKY
BJD SKY

ଜାପାନ ଭୂକମ୍ପ: ଧୀରେ ଧୀରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା

BJD

ନୂଆଦିଲ୍ଲୀ: ଜାପାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ଧୀରେ ଧୀରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଏହି ମୃତ୍ୟୁ ସଂଖ୍ୟା ୮ ଥିବାବେଳେ ଆଜି ତାହା ବଢ଼ି ୫୭ରେ ପହଞ୍ଚିଥିଲା । ମାତ୍ର ଏବେ ସୁଦ୍ଧା ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଭୂମିକମ୍ପରେ ଅନେକ କୋଠାଘର ଭୁଷୁଡ଼ିଥିବା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ତେବେ ଅନେକ ଲୋକ ଆବର୍ଜନା ତଳେ ପୋତି ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏମାନଙ୍କୁ ଖୋଜା ଚାଲିଛି। ଏହି ସମୟରେ ଜାପାନର ପ୍ରଧାନମନ୍ତ୍ରୀ ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ମାତ୍ର ବର୍ଷା ଓ ଥଣ୍ଡା ଯୋଗୁ ଉଦ୍ଧାରକାରୀ ଦଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଥାଉକି, ନୂଆବର୍ଷ ପ୍ରଥମ ଦିନରେ ଅର୍ଥାତ ଜାନୁଆରୀ ୧ ତାରିଖ ଦିନ ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଗୋଟିଏ ଦିନରେ ୧୫୫ ଥର ଏଠାରେ ଭୂକମ୍ପ ଅନୂଭୁତ ହୋଇଥିଲା । ତେବେ ଏହି ଭୂକମ୍ପରେ ଅନେକ ଘର ଭୁଷୁଡ଼ି ଥିବା କାରଣରୁ ଉଦ୍ଧାର କାର୍ୟ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଏହି ଉଦ୍ଧାର କାର୍ୟ୍ୟ ଶେଷ ହେବା ବେଳକୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏଥି ସହିତ ସେଠାରେ ଭୂକମ୍ପ କାରଣରୁ ସୁନାମୀ ଆସିଥିବା ଦେଖିବାକୁ ମିଳିଛି । ଏହି ସୁନାମୀ ତରଙ୍ଗରେ ଅନେକ ଘର ଦ୍ୱାର ନଷ୍ଟ ହୋଇଥିବା ଜଣାପଡ଼ିଛି।

Get real time updates directly on you device, subscribe now.