fbpx

ଇରାନରେ ବଡ଼ଧରଣର ବିସ୍ଫୋରଣ: ୧୦୩ ଲୋକଙ୍କ ମୃତ୍ୟୁ, ୧୭୦ ଆହତ

ନୂଆଦିଲ୍ଲୀ: ବୁଧବାର (ଜାନୁୟାରୀ ୩) ଇରାନର କରମାନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ ରୁ ଅଧିକ ଲୋକ ଆହତ ହୋଇଥିବାବେଳେ। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ ସୁଲେମାନୀଙ୍କ କବର ନିକଟରେ ଘଟିଛି। ଇରାନର ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ସୋଲେମାନିଙ୍କ ହତ୍ୟାର ଚତୁର୍ଥ ବାର୍ଷିକୀ ପାଳନ ଅବସରରେ ଏହି ବିସ୍ଫୋରଣ ଘଟିଛି।

ଇରାନର ଡେପୁଟି ଗଭର୍ଣ୍ଣର ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ୨୦୨୦ ମସିହାରେ ଡ୍ରୋନ୍ ଆକ୍ରମଣରେ ଆମେରିକା ଜେନେରାଲ କାସୀମ ସୁଲେମାନିଙ୍କୁ ହତ୍ୟା କରିଥିଲା। ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖାମେନଙ୍କ ପରେ ସୁଲେମାନି ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରାସ୍ତାରେ ଅନେକ ମୃତଦେହ ଦେଖିବାକୁ ମିଳିଛି। ଇରାନ ରାଜ୍ୟ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିବା ଭିଡିଓରେ ବିସ୍ଫୋରଣ ପରେ ବହୁ ସଂଖ୍ୟାରେ ଲୋକ ପଳାଇଥିବାର ଦେଖାଯାଇଛି। ଏଭଳି ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

ଜାନୁଆରୀ ୩, ୨୦୨୦ ରେ ବାଗଦାଦ ବିମାନବନ୍ଦରରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ପୂର୍ବତନ ଜେନେରାଲ୍ ସୋଲେମାନିଙ୍କର ମୃତ୍ୟୁ ଘଟିଥିଲା। ଏଭଳି ପରିସ୍ଥିତିରେ ଆଜି ତାଙ୍କ ମୃତ୍ୟୁ ହେବାର ଚାରି ବର୍ଷ ବିତିଗଲାଣି। ଏହି ଅବସରରେ ତାଙ୍କ ସମ୍ମାନାର୍ଥେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସମୟରେ ଏହି ବିସ୍ଫୋରଣ ଘଟିଛି।ସୂଚନାଯୋଗ୍ୟ ଯେ, ୨୦୨୦ ରେ ଟ୍ରମ୍ପ ସୋଲେମାନୀଙ୍କ ମୃତ୍ୟୁକୁ ସବୁଠାରୁ ବଡ ବିଜୟ ବୋଲି ବର୍ଣ୍ଣନା କରିଥିଲେ ଏବଂ ତାଙ୍କୁ ବିଶ୍ୱ ର ଏକ ନମ୍ବର ଆତଙ୍କବାଦୀ ବୋଲି ମଧ୍ୟ କହିଥିଲେ।

Get real time updates directly on you device, subscribe now.