fbpx
BJD SKY
BJD SKY

ଟିମ ଇଣ୍ଡିଆ ଉପରେ ଦକ୍ଷିଣ ଆଫ୍ରିକାର ‘Speed Storm’: ୨ ଓଭରରେ ଭାରତ All Out

BJD

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଦେଖିବାକୁ ମିଳିଛି ସ୍ପିଡ ଝଡ଼ । କେଇଟା ଘଣ୍ଟାରେ ଟିମ ଇଣ୍ଡିଆଠୁ ପ୍ରତିଶୋଧ ନେଇଛି ଘରୋଇ ଦଳ ଦକ୍ଷିଣ ଆଫ୍ରିକା । ଭାରତର ବ୍ୟାଟିଂ ଅର୍ଡରକୁ ଧୂଳିସାତ୍ କରିଦେଇଛି ଦକ୍ଷିଣ ଆଫ୍ରିକାର ବୋଲିଂ ୟୁନିଟ । ମାତ୍ର ୪ ଜଣଙ୍କ ବ୍ୟତୀତ ଅନ୍ୟ ୬ ଜଣ ବ୍ୟାଟର ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଛନ୍ତି । ସେହିପରି ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ହିଁ ଉଭୟ ଦଳ ଅଲ ଆଉଟ ହୋଇଥିବା ଦେଖିବାକୁ ମିଳିଛି । ତେବେ ଅଲଆଉଟ ହେବା ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ଉପରେ ୯୮ ରନର ଅଗ୍ରଣୀ ହାସଲ କରିଛି ।

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ବର୍ତ୍ତମାନ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ପ୍ରଥମ ଦିନରେ ହିଁ ଆରମ୍ଭ ହୋଇଯାଇଛି ମ୍ୟାଚର ଦ୍ୱିତୀୟ ଇନିଂସ । ପ୍ରଥମ ଇନିଂସରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୫ ରନରେ ଅଲ ଆଉଟ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତକୁ ପାଲଟା ଜବାବ ଦେଇଛି । ଟିମ ଇଣ୍ଡିଆର ୬ ଜଣ ବ୍ୟାଟର ଖାତା ଖୋଲି ପାରିନାହାନ୍ତି । ତେବେ ମାତ୍ର ୧୫୩ ରନରେ ହିଁ ଭାରତକୁ ଅଲ ଆଉଟ କରିଛନ୍ତି ଦକ୍ଷିଣ ଆଫ୍ରିକା ବୋଲର । ଷ୍ଟାର ବୋଲର କାଗିସୋ ରାବାଡା, ଲୁଙ୍ଗି ଏନଗିଡି ଏବଂ ନନ୍ଦ୍ରେ ବର୍ଗର ଯିମ ଇଣ୍ଡିଆ ଉପରେ ଭାରୀ ପଡ଼ିଛନ୍ତି । ପ୍ରତ୍ୟେକ ବୋଲର ୩ଟି ଲେଖାଏଁ ୱିକେଟ ନେଇ ଭାରତର ବ୍ୟାଟିଂ ୟୁନିଟକୁ ଧୂଳିସାତ୍ କରି ଦେଇଛନ୍ତି । ତେବେ ଦଳ ପକ୍ଷରୁ ପୂର୍ବତନ ଅଧିନାୟକ ବିରାଟ କୋହଲି ସର୍ବାଧିକ ୪୬ ରନ୍ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୩୯ ଏବଂ ଶୁଭମନ ଗିଲ ୩୬ ରନ କରି ପାଭିଲିୟନ୍ ପେରିଛନ୍ତି ।

ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲିଂ ୟୁନିଟ ସାମନାରେ ନିରସ୍ତ୍ର ପାଲଟି ଯାଇଛି ଟିମ ଇଣ୍ଡିଆର ବ୍ୟାଟିଂ ୟୁନିଟ । ଭାରତ ୩୩ ଓଭର ଶେଷ ସୁଦ୍ଧା ୧୫୩ ରନରେ ୪ ୱିକେଟ ହରାଇଥିବା ବେଳେ ୩୫ ଓଭରରେ ୧୫୩ ରନରେ ହିଁ ଅଲଆଉଟ ହୋଇଛି ରୋହିତ ସେନା । ଦକ୍ଷିଣ ଆଫ୍ରିକା ପକ୍ଷରୁ ୩୪ତମ ଓଭର ନେଇ ଆସିଥିଲେ ଷ୍ଟାର ବୋଲର ଲୁଙ୍ଗି ଏନଗିଡି । ଓଭରର ପ୍ରଥମ ବଲରେ ସେ କେ.ଏଲ ରହୁଲଙ୍କୁ ୱିକେଟ ଅକ୍ତିଆର କରିଥିବା ବେଳେ ସେ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଏହି ଓଭରର ତୃତୀୟ ବଲରେ ରବିନ୍ଦ୍ର ଜାଡେଜା ଏବଂ ପଞ୍ଚମ ବଲରେ ଜଶପ୍ରୀତ ବୁମରାହଙ୍କୁ ପାଭିଲିୟନ ପଠାଇଥିଲେ । ଏହାପରେ ୩୫ତମ ଓଭରର ଦ୍ୱିତୀୟ ବଲରେ ବିରାଟ କୋହଲିଙ୍କ ୱିକେଟ ନେଇ ରାବାଡା ଭାରତକୁ ବଡ଼ ଝଟକା ଦେଇଥିବା ବେଳେ ପଞ୍ଚମ ବଲରେ ପ୍ରସିଦ୍ଧ କୃଷ୍ଣାଙ୍କ ୱିକେଟ ସହ ଟିମ ଇଣ୍ଡିଆର ଇନିଂସରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କାଗିସୋ ରାବାଡା ।

Get real time updates directly on you device, subscribe now.