fbpx

ବ୍ରହ୍ମଗିରିରେ ଅଗ୍ନିକାଣ୍ଡ: ଜଣେ ଗୁରୁତର

Advertisement

ବ୍ରହ୍ମଗିରି, ୧୩ା୧୨ (ଓଡିଶା ଭାସ୍କର): ବ୍ରହ୍ମଗିରିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛି । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲକୁ ପଠାଯାଇଥିବା ଜଣାପଡ଼ିଛି ।

ଖବରରୁ ଜଣାପଡ଼ିଛି ଯେ, ବ୍ରହ୍ମଗିରିରେ ମଢ଼ପଦା ଗାଁରେ କୁମ୍ଭାର ଭାଟିରୁ ଏକ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା । ଗାଁର ମୁକୁନ୍ଦ ମୁଦୁଲିଙ୍କ ଭାଟିରେ ଏହି କାଣ୍ଡ ଘଟିଥିବା ସୂଚନା ମିଳିଛି । ମୁକୁନ୍ଦଙ୍କର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Get real time updates directly on you device, subscribe now.