fbpx
BSKY
BJD SHG SKY
BJD MC SKY

ବ୍ରହ୍ମପୁରରେ ଗୋଷ୍ଠୀ ସଘର୍ଷ : ୧୨ ଜଣ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଖଲିକୋଟ : ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଲକରେ ଥିବା କୋମଣ୍ଡ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଏଥିରେ ୪ ଜଣ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି । ଏହି ଘଟଣା ଘଟିଥିଲା ଗଣେଶ ମେଢ ଭସାଣି ସମୟରେ । ଏଠାରେ ଭସାଣି ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା । ଏହା ପରେ ଏଠାରେ ଦୁଇ ଗୋଷ୍ଠୀ ଟେକା ଫିଙ୍ଗା ଫିଙ୍ଗି ହୋଇଥିଲେ । ଏଥିରେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ପ୍ରଥମେ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର ଏବଂ ପରେ ବରହ୍ମପୁର ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହି ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଯାହାକୁ ଦୃଷ୍ଟିରେ ରଖି ଏଠାରେ ପୋଲିସ ଫୋର୍ସମୁତୟନ କରାଯାଇଛି । ଗ୍ରାମରେ ଏହି ବିବାଦ ପଞ୍ଚାୟତ ନିର୍ବାଚନରୁ ଲାଗି ରହିଛି । ଗତ ବର୍ଷ ମଧ୍ୟ ଗଣେଶ ପୂଜା ମୂର୍ତ୍ତି ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ଘର ଆଗରେ ଅଧିକ ସମୟ ଡିଜେ ବଜାଇବାରୁ ଏହାକୁ ନେଇ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ଏହା ପରେ ଝଗଡା ବଢିବାକୁ ଲାଗିଥିଲା । ଟେକା ପଥର ମାଡ ହେବା ସହ ଲଙ୍କା ଗୁଣ୍ଡ ଫୋପାଡିଥିଲେ ଲୋକେ । ଏଥିରେ ୪ ଜଣ ମହିଳାଙ୍କ ସହ ୮ ଜଣ ଆହତ ହୋଇଛନ୍ତି । ଏହା ପରେ ରମ୍ଭା ଥାନା ଆଇଆଇସି ସେଠାକୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ପଠାଇଛନ୍ତି । ଗ୍ରାମରେ ଶାନ୍ତି ବଜାଇ ରଖିବାକୁ ଉଦ୍ୟମ ଚାଲିଛି ।

Get real time updates directly on you device, subscribe now.