fbpx

ବ୍ରଜରାଜନଗର ଉପନିର୍ବାଚନ: ଚାଲିଛି ଭୋଟଗ୍ରହଣ, ମଇଦାନରେ ୧୧ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ । ଏଥିପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ, ସନ୍ଧ୍ୟା ୬ଟା ଯାଏଁ ଭୋଟଗ୍ରହଣ ଚାଲିବ । ଉପନିର୍ବାଚନରେ ମଇଦାନରେ ଅଛନ୍ତି ୧୧ ଜଣ ପ୍ରାର୍ଥୀ । ଯାହାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୧୪ ହଜାରରୁ ଅଧିକ ଭୋଟର । ସମୁଦାୟ ୨୭୯ ଟି ବୁଥ୍ ରେ ହେବ ମତଦାନ ।

ସେପଟେ ଉପନିର୍ବାଚନକୁ ସୁରୁଖୁରୁରେ ସାରିବ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ୧ ହଜାର ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ୬୦ ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବରେ ଚିହ୍ନଟ କରାଯାଇଛି । ଉପନିର୍ବାଚନ ପାଇଁ ସମୁଦାୟ ୧୨୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ସକାଳୁ ନିଜ ନିଜ ବୁଥକୁ ଆସି ଭୋଟ୍ ଦେଉଛନ୍ତି ଭୋଟର । ଜୁନ୍ ୩ ରେ ହେବ ଭୋଟ୍ ଗଣତି ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ମୃତ୍ୟୁ ପରେ ଏହି ଆସନ ଖାଲି ରହିଥିଲା । ଉପନିର୍ବାଚନରେ ବିଜେଡିରୁ ସ୍ୱର୍ଗତ କିଶୋର ମହାନ୍ତି ପତ୍ନୀ ଅଳକା ମହାନ୍ତି, କଂଗ୍ରେସରୁ କିଶୋର ପଟେଲ, ବିଜେପିରୁ ରାଧାରାଣୀ ପଣ୍ଡା ନିର୍ବାଚନ ଲଢ଼ୁଛନ୍ତି ।

Get real time updates directly on you device, subscribe now.