fbpx

ବ୍ରଜରାଜନଗର ଦମ୍ପତିଙ୍କୁ ହତ୍ୟା ଘଟଣା : ୨ ପୁତୁରା ସମେତ ୩ ଝିଆରୀ ଗିରଫ ।

ଝାରସୁଗୁଡା ,୧୭ ।୧୦(ଓଡ଼ିଶା ଭାସ୍କର):ଝାରସୁଗୁଡ଼ାର ବ୍ରଜରାଜନଗରରେ ଦମ୍ପତିଙ୍କୁ ହତ୍ୟା ଘଟଣାର ଆଜି ପର୍ଦ୍ଦାଫାଶ କରିଛି ପୁଲିସ୍ । କକା-ଖୁଡ଼ିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୫ ଜଣକୁ ଗିରଫ କରିଛି ଆଜି ଝାରସୁଗୁଡା ପୋଲିସ।ସେମାନେ ହେଲେ ତାଙ୍କର ୨ ଜଣ ପୁତୁରା ଓ ୩ ଜଣ ଝିଆରୀ। ତାଙ୍କଠାରୁ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର କୁ ପୋଲିସ ଜବତ କରିଛି । ଏହି ହତ୍ୟାକାଣ୍ଡ ପାରିବାରିକ କଳହରୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଗିରଫ ହେଇଥିବା ଏହି ପାଞ୍ଚଜଣ ହେଲେ ପୁତୁରା ଦୀପକ ଦାସ ପେନେକା, ରାହୁଲ ଦାସ ପେନେକା ଓ ଝିଆରୀ ମିରନ ଦାସ ପେନେକା, ସୁନିତା ଦାସ ପେନେକା ଏବଂ ସୁପ୍ରିୟା ଦାସ ପେନେକା । ମିଳିଥିବା ସୂଚନା ଅନୁସାରେ ଟଙ୍କା ଭାଗ ବଣ୍ଟାକୁ ନେଇ ଭାଇ ଭାଇକୁ ନେଇ ଗାଣ୍ଡଗୋଳ ହୋଇଥିଲା ହେଲେ କିଛି ସମାଧାନ ନ ହେବାରୁ ପୁତୁରା ଓ ଝିଆରୀ ମାନେ ରାଗିଯାଇ କକା ଗିରିବର ଦାସ ପେନେକା ଓ ଖୁଡି ସ୍ତ୍ରୀ ଗୀତା ଦାସ ପେନେକାଙ୍କୁ ପ୍ରଥମେ ତଣ୍ଟିଚିପି ହତ୍ୟା କରିଥିଲେ ଓ ପରେ ପ୍ରମାଣ ନଷ୍ଟ କରିବା ପାଇଁ କୋଇଲା ଚୁଲାରେ ପୋଡ଼ିଦେବାକୁ ଉଦ୍ୟମ କରିଥିଲେ । ଝାରସୁଗୁଡ଼ା ଜିଲ୍ଳା ରାମପୁର ଫାଣ୍ଡିର ପୋଲିସ ପାଞ୍ଚଜଣଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.