ସମ୍ଭଲ– ୟୁପିର ସମ୍ଭଲ ହେଉଛି ଅଶାନ୍ତ । ରବିବାର ସମ୍ଭଲର ଜାମା ମସଜିଦ ସର୍ଭେ ବେଳେ ଦେଖାଦେଇଛି ଉତ୍ତେଜନା । ପୋଲିସ ଓ ସର୍ଭେ ଅଧିକାରୀଙ୍କ ଉପରକୁ ହୋଇଛି ଟେକା ପଥର ମାଡ । କିଛି ଜାଗାରେ ପୋଡାଜଳା । ଏଥିରେ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି । ଉତ୍ତେଜନାକୁ ଦେଖି ସର୍ଭେ ଅଧିକାରୀଙ୍କୁ ଅନ୍ୟ ରାସ୍ତାରେ ବାହାର କରାଯାଇଛି । ସମଗ୍ର ଅଞ୍ଚଳ ପୋଲିସ ଛାଉଣୀ ପାଲଟିଛି ।
ଆଜି କୋର୍ଟଙ୍କ ନିର୍ଦ୍ଦେଶରେ ମସଜିଦ ଭିତର ସର୍ଭେ ପାଇଁ ଅଧିକାରୀ ପହଞ୍ଚିଥିଲେ । କିନ୍ତୁ ସର୍ଭେକୁ ବିରୋଧ କରୁଥିବା ସ୍ଥାନୀୟ ଲୋକ ପୋଲିସ ଓ ଅଧିକାରୀଙ୍କ ଉପରକୁ ପଥର ମାଡ କରିଥିଲେ । ଲୋକଙ୍କୁ ଘଉଡାଇବାକୁ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଛି । ପୋଲିସ ରବର ବୁଲେଟ ମଧ୍ୟ ପ୍ରୟୋଗ କରି ଅଧିକାରୀଙ୍କୁ ମସଜିଦ ଭିତରେ ଛାଡିବା ପରେ ଅଢେଇ ଘଣ୍ଟା ଧରି ସର୍ଭେ ହୋଇଥିଲା । ଏହି କାମ ସରିବା ପରେ ପୋଲିସ ଛାଉଣୀ ଭିତରେ ଅଧିକାରୀଙ୍କୁ ମସଜିଦର ଅନ୍ୟ ବାଟ ଦେଇ ବାହାରକୁ ବାହାର କରାଯାଇଛି । ଲୋକଙ୍କ ପଥର ମାଡରେ କିଛି ପୋଲିସ କର୍ମୀ ଲହୁ ଲୁହାଣ ହୋଇଛନ୍ତି । ଖବର ପାଇ ତୁରନ୍ତ ମୁରାଦାବାଦ ଡିଆଇଜି ମୁନିରାଜ ସଦଳବଳେ ସେଠାରେ ପହଞ୍ଚିଛନ୍ତି । ତିନି କମ୍ପାନୀ ପିଏସି ମୁତୟନ ହୋଇଛନ୍ତି ।
ଏଠାରେ କହି ରଖୁଛୁ କି, ମୋଗଲ ଶାସନରେ ନିର୍ମିତ ଏହି ମସଜିଦ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର ଭାଙ୍ଗି ନିର୍ମାଣ ହୋଇଥିବା କୋର୍ଟରେ ଦାବି କରାଯାଇଥିଲା । ତେଣୁ କୋର୍ଟ ମସଜିଦର ସର୍ଭେ ପାଇଁ ଆଦେଶ ଦେଇଥିଲେ ।
This is from Chandausi in Sambhal district of Uttar Pradesh.
Court ordered a survey of the Shahi Jama Masjid following a plea claiming it was built over a demolished Temple.
When the survey team arrived at the site, a radical mob attacked them and the police by pelting stones. pic.twitter.com/jzKiHCICZ7
— Anshul Saxena (@AskAnshul) November 24, 2024