fbpx
BJD
BJD SKY
BJD SKY

ରୁଷ ସେନାକୁ ରୋକିବାକୁ ଯାଇ ନିଜକୁ ବ୍ରିଜ୍ ସହିତ ଉଡାଇଦେଲେ ୟୁକ୍ରେନ୍ ଯବାନ

BJD

କିଭ୍: ରୁଷର ଆକ୍ରମଣ ପରେ ଏବେ ୟୁକ୍ରେନର ସ୍ଥିତି ଆଫଗାନିସ୍ତାନ ସହିତ ମିଶିଯାଇଛି । ଲୋକମାନେ ନିଜ ଜୀବନ ରକ୍ଷା ପାଇଁ ସହରକୁ ସହର ଘୂରିବୁଲୁଛନ୍ତି । ଅନ୍ୟାନ୍ୟ ଦେଶ ସେମାନଙ୍କ ନାଗରିକଙ୍କୁ ସୁରକ୍ଷିତ ଭାବରେ ନେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏପରି ସ୍ଥଳେ ଏକ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି । ସେପଟେ ରାଷ୍ଟ୍ରପତି ଭ୍ଲାଦିମୀର ଜେଲେସ୍କି ଦେଶ ଛାଡ଼ି ପଳାଇଯିବାର ଖବରକୁ ଖଣ୍ଡନ କରିଛନ୍ତି । ସେ ଏକ ଭିଡିଓ ଜାରି କରି ଳକହିଛନ୍ତି ଯେ, ସେ ୟୁକ୍ରେନରେ ହିଁ ଅଛନ୍ତି ଓ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶରେ ହିଁ ରହିବେ ।

ଏହି କ୍ରମରେ ଦେଶରେ ବିନାଶର ଧାରା ଜାରି ରହିଛି ଓ ଭୟାବହ ଚିତ୍ର ସବୁ ସାମନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ କ୍ରିମିଆରେ ଜଣେ ୟୁକ୍ରେନୀ ସୈନିକ, ରୁଷର ସେନାକୁ ରୋକିବାକୁ ଯାଇ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି । ସେ ଦେଶ ପାଇଁ ନିଜ ଜୀବନକୁ ହାରି ଦେଇଛନ୍ତି ।

ଦ ସନ୍ ର ଏକ ରିପୋର୍ଟ ଅନୁସାରେ, ୟୁକ୍ରେନୀ ସୈନିକଙ୍କର ଏହି ବାହାଦୁରି ପାଇଁ ତାଙ୍କୁ ଅନେକ କଷ୍ଟ ଉଠାଇବାକୁ ପଡ଼ିଛି । ନିଜକୁ ବ୍ରିଜ୍ ସହିତ ଉଡାଇଦେଇଛନ୍ତି । ଏହି ବୀର ଯବାନଙ୍କ ନାମ ହେଉଛି ଭିଟାଲି ଶକୁନ୍ । ଭିଟାଲି ଶକୁନ୍ କ୍ରିମିଆ ବୋର୍ଡର୍ ର ଖେରସନ୍ ଅଞ୍ଚଳରେ ହେନିଚେସ୍କ ବ୍ରିଜ୍ ଉପରେ ନଜର ରଖିଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ସଂନ୍ଦର୍ଭରେ ୟୁକ୍ରେନ୍ ଜେନେରାଲ୍ ଷ୍ଟାଫ୍ ଅଫ୍ ଦ ଆର୍ମଡ୍ ଫୋର୍ସ ନିଜ ଫେସବୁକ୍ ପେଜ୍ ରେ କହିଛନ୍ତି ଯେ, ରୁଷ ସେନାକୁ ରୋକିବା ପାଇଁ ଏକମାତ୍ର ଉପାୟ ଥିଲା ବ୍ରିଜ୍ କୁ ଉଡାଇବା ।

ତେଣୁ ଯବାନ ବ୍ରିଜ୍ ର ଚାରିପଟରୁ ବିସ୍ଫୋରକ ଲଗାଇ ଦେଇଥିଲେ ଓ ବ୍ରିଜ୍ କୁ ଉଡାଇଦେଇଥିଲେ । କିନ୍ତୁ ସେଠାରୁ ବାହାରକୁ ବାହାରିବାର ସମୟ ଏତେ ଥିଲା ଯେ, ଧମାକା କରିଥିବା ସେନାଙ୍କର ମୃତ୍ୟୁ ନିଶ୍ଚିତ ଥିଲା । ଏହି ସମୟରେ ଭିଟାଲୀ ସବୁକିଛି ଜାଣି ନିଜ ଜୀବନ କୁ ବିପଦରେ ପକାଇ ଦେଇଥିଲେ । ତେବେ ଭିଟାଲୀଙ୍କୁ ତାଙ୍କ ବାହାଦୂରି ପାଇଁ ମରୋତ୍ତର ବୀରତା ପୁରସ୍କାରରେ ସମ୍ମାନିତ କରାଯିବ ।

Get real time updates directly on you device, subscribe now.