fbpx
BSKY SKY
BSKY SKY

ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ପରଲୋକ: ୧୭ ବର୍ଷ ବୟସରେ ଜିତିଥିଲେ ୱାଲ୍ଡକପ୍

BSKY

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମହାନତମ ଫୁଟବଲ୍ ଖେଳାଳିଙ୍କ ମଧ୍ୟରେ ଜଣେ ପେଲେ ଆଉ ଆମ ଗହଣରେ ନାହାଁନ୍ତି । ବ୍ରାଜିଲର ଏହି ଖେଳାଳିଙ୍କ ଗୁରୁବାର ରାତିରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ପେଲେଙ୍କ ପୁଅ କେଲି ଇନଷ୍ଟାଗ୍ରାମ ଜରିଆରେ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ । ତାଙ୍କ ମୃତ୍ୟୁରେ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ସୂଚନା ମୁତାବକ, ପେଲେଙ୍କୁ କୋଲନ କ୍ୟାନ୍ସର ହୋଇଥିଲା ଓ ଗତ କିଛି ଦିନ ପୂର୍ବରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଗତ ରବିବାର ଦିନ ତାଙ୍କ ପରିବାର ଓ ନିକଟ ସମ୍ପର୍କୀୟ ବ୍ୟକ୍ତିମାନେ ପେଲେଙ୍କ ପାଖରେ ଖ୍ରୀଷ୍ଟମାସ ପାଳନ କରିଥିଲେ । କିନ୍ତୁ ୮୨ ବର୍ଷୀୟ ପେଲେ ତାଙ୍କ ଜୀବନର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବାରୁ ସମସ୍ତେ ଚିନ୍ତିତ ଥିଲେ । ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ପେଲେଙ୍କ ପରିବାର ଲୋକମାନେ ଅଧିକ ସଂଖ୍ୟାରେ ଆଲବର୍ଟ ଆଇନଷ୍ଟାଇନ୍ ହସପିଟାଲକୁ ଆସୁଥିବାରୁ ତାଙ୍କ ସ୍ଥିତି ଗମ୍ଭୀର ଥିବା ସ୍ପଷ୍ଟ ସୂଚନା ମିଳିଥିଲା । ପୂର୍ବରୁ ତାଙ୍କ ଝିଅ କେଲି କ୍ରିଷ୍ଟିଆନା ନାସ୍କିମେଣ୍ଟୋ ମଧ୍ୟ ପିତାଙ୍କ ସହ ମେଡିକାଲରେ ରହିଥିଲେ ।

୨୦୨୧ରେ କଲନ୍‌ରୁ ଟ୍ୟୁମର ବାହାରିବା ପରଠୁ ସେ କର୍କଟରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଗତ ନଭେମ୍ବର ୨୯ ତାରିଖରେ ତାଙ୍କୁ ସାଓ ପାଓଲୋସ୍ଥିତ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କେମୋଥେରାପି ଆଉ କାମ ଦେଉନଥିବାରୁ ତାଙ୍କୁ ପାଲିଆଟିଭ୍‌ କେୟାରରେ ରଖାଯାଇଥିଲା। ଏକମାତ୍ର ଖେଳାଳି ଭାବେ ପେଲେ ୩ ଥର ବିଶ୍ବକପ୍‌ (୧୯୫୮, ୧୯୬୨, ୧୯୭୦) ଜିତିବାର ଗୌରବ ପାଇଛନ୍ତି। ତାଙ୍କୁ ସର୍ବକାଳୀନ ମହାନ ଖେଳାଳି ଭାବେ ବିବେଚନା କରାଯାଇଥାଏ। ସେ ମାତ୍ର ୧୭ ବର୍ଷ ବୟସରେ ବିଶ୍ୱକପ୍ ଜିତିଥିଲେ ।

Get real time updates directly on you device, subscribe now.