fbpx

ଏ କି ପ୍ରେମ! ପ୍ରୋପୋଜାଲ୍ ସ୍ୱୀକାର ନ କରିବାରୁ ରାଗରେ ଯୁବତୀଙ୍କ ଛାତିରେ ଛୁରି ଭୁସି ମାରିଦେଲା ଅଭିଯୁକ୍ତ

ବ୍ରାସିଲିୟା: ବ୍ରାଜିଲ୍ ରୁ ହତ୍ୟା ଘଟଣା ନେଇ ଏକ ଅଭାବନୀୟ ଖବର ସାମନାକୁ ଆସିଛି । ସେଠାରେ ଗୋଟିଏ ଯୁବକ ନିଜର ନର୍ସିଂ ସ୍କୁଲର ସହପାଠୀଙ୍କୁ ପ୍ରେମ ନିବେଦନ କରିଥିଲେ । ହେଲେ ସହପାଠୀ ରାଜି ନ ହେବାରୁ ତାଙ୍କୁ ଛୁରୀ ଭୁସି ମାରିଦେଇଥିବା ଜଣାପଡିଛି । ତେବେ ଏହି ଘଟଣା ଉକ୍ତ ନସିଂ କଲେଜ୍ ର ଫୁଡ୍ କୋର୍ଟରେ ହୋଇଥିବା ବେଳେ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍ ରେ ଏହି ସମୟର ଦୃଶ୍ୟ କଏଦ୍ ହୋଇଛି ।

ମିଡିଆ ରିପୋର୍ଟ ମୁତାବକ, ପୀଡିତା ଯୁବତୀଙ୍କ ନାମ ଭିକ୍ଟୋରିୟା ମୋଟା । ମୃତ୍ୟୁ ସମୟରେ ତାଙ୍କୁ ୨୨ ବର୍ଷ ହୋଇଥିବା ଜଣାପଡିଛି । ତେବେ ଭିକ୍ଟୋରିୟାକୁ ମାରିଥିବା ଯୁବକ ଜଣକ ମେଥ୍ୟୁସ୍ ହୋଇଥିବା ବେଳେ ସେ ତାଙ୍କୁ ଫୁଡ୍ କୋର୍ଟକୁ ଲଞ୍ଚ ପାଇଁ ଡାକିଥିଲା । ହେଲେ ସେଠାରେ ତାଙ୍କୁ ନିର୍ଦ୍ଦୟ ଭାବେ ମାରିଦେଇଥିଲା ମେଥ୍ୟୁସ୍ । ସିସିଟିଭତ ଫୁଟେଜ୍ ରୁ ଦେଖିବାକୁ ମିଳିଛି ଯେ, ମେଥ୍ୟୁସ୍ ଫୁଡ୍ କୋର୍ଟରେ ଭିକ୍ଟୋରିୟା ପାଖକୁ ଯାଉଛି । ଆଉ ୨ ମିନିଟ୍ ପର୍ଯ୍ୟନ୍ତ ଦୁହେଁ କଥାବାର୍ତ୍ତା ହେଉଛନ୍ତି । ଏହାପରେ ମେଥ୍ୟୁସ୍ ନିଜ ବ୍ୟାଗ୍ ରୁ ଛୁରି ବାହାର କଲା ଓ ଭିକ୍ଟୋରିୟାର ଛାତିରେ ଭୁସିଦେଇଥିଲା । ଥରେ କି ୂଦୁଇଥର ନୁହେଁ ବାରମ୍ବାର ଛୁରିକୁ ଭୁସିବାକୁ ଲାଗିଥିଲା । ଏହି ସମୟରେ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ଦୌଡି ଆସି ତାକୁ ଅଟକାଇଥିଲା ।

ତେବେ ଏହି ଘଟଣା ପରେ ଭିକ୍ଟୋରିୟାକୁ ମେଡିକାଲ୍ ରେ ଭର୍ତ୍ତି କରଯାଇଥିଲା । ହେଲେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ । ତାଙ୍କ ଶରୀରକୁ ବହୁତ ରକ୍ତ ବୋହି ସାରିଥିଲା । ପୁଲିସ୍ ପୀଡିତାଙ୍କ ମୃତ ଶରୀରକୁ ପୋଷ୍ଟମଟମ୍ ପାଇଁ ପଠାଇଛି । ତେବେ ପୁଲିସ୍ ଦେଇଥିବା ସୂଚନା ମୁତାବକ, ମେଥ୍ୟୁସ୍ କୁ ଗିରଫ କରାଯାଇ ସାରିଛି ।

Get real time updates directly on you device, subscribe now.