fbpx

ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ଲଗାତାର କମୁଛି ଦାମ୍, ଚେକ୍ କରନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ସପ୍ତାହର ଶେଷ ଦିନରେ ସୁନା ଓ ରୂପାର ଦାମ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଏହି ସପ୍ତାହରେ ଲଗାତାର ୪ ଦିନ ସୁନା ଦାମ ହ୍ରାସ ପାଉଛି । ଦେଖିବାକୁ ଗଲେ ରେକର୍ଡ ହାଇରୁ ଏବେ ୮ ହଜାର ଟଙ୍କା ଶସ୍ତାରେ ସୁନା ମିଳୁଛି । ଗତବର୍ଷ ଅଗଷ୍ଟ ମାସରେ ସୁନା ଦର ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ହୋଇ ରେକର୍ଡ ସ୍ତରକୁ ଯାଇଥିଲା ।

ରିପୋର୍ଟ ହିସାବରେ, ଆଜି ସୁନା ଦର ଗ୍ରାମ ପିଛା ୧୦ ଟଙ୍କା ହ୍ରାସ ପାଇଛି । ଏହା ସହ ୨୨ କ୍ୟାରେଟ ସୁନା ଦର ୪୭, ୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ଦର ୪୮,୯୫୦ ଟଙ୍କା ହୋଇଛି ।

ତେବେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନାର ଦାମ ଦିଲ୍ଲୀରେ ୪୬,୬୯୦ ଟଙ୍କା ଥିବା ବେଳେ ମୁମ୍ବାଇରେ ୪୭,୯୫୦, ଚେନ୍ନାଇରେ ୪୬, ୧୫୦, କୋଲକାତାରେ ୪୭,୭୪୦ ଟଙ୍କା ରହିଛି ।
ସେହିପରି ଦିଲ୍ଲୀରେ ୧ କିଲୋଗ୍ରାମ ରୂପାର ଦାମ ୭୧,୬୦୦ ଟଙ୍କା ଥିବା ବେଳେ ମୁମ୍ବାଇରେ ୭୧,୬୦୦, ଚେନ୍ନାଇରେ ୭୬,୩୦୦ ଓ କୋଲକାତାରେ ୭୧,୬୦୦ ଟଙ୍କା ରହିଛି ।

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ସରକାର ଏଥିପାଇଁ ଏକ ଆପ୍ ପ୍ରସ୍ତୁତ କରିଛନ୍ତି । ‘ବିଆଏସ କେୟାର ଆପ୍’ ଜରିଆରେ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ।

Get real time updates directly on you device, subscribe now.