BREAKING: ପହଲଗାମ୍ ଆତଙ୍କୀ ହମଲା, ଶାହଙ୍କ ସହ କଥା ହେଲେ ରାହୁଲ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସମଗ୍ର ଦେଶ ଏକଜୁଟ୍ ହୋଇ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବାକୁ ଦାବି କରୁଛି । ଆକ୍ରମଣ ଉପରେ ଚିନ୍ତା ପ୍ରକାଶ କରି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ।

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ । ପହଲଗାମରେ ହୋଇଥିବା ଆତଙ୍କି ଆକ୍ରମଣ ନେଇ କଲେ ଆଲୋଚନା ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସମଗ୍ର ଦେଶ ଏକଜୁଟ୍ ହୋଇ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବାକୁ ଦାବି କରୁଛି । ଆକ୍ରମଣ ଉପରେ ଚିନ୍ତା ପ୍ରକାଶ କରି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ।

ଏହି ଘଟଣା ସମ୍ପର୍କରେ ସେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଜମ୍ମୁ-କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ତାରିକ କରାଙ୍କ ସହ ମଧ୍ୟ କଥା ହୋଇଛନ୍ତି । ରାହୁଲ ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହିତ ସମସ୍ତ ପ୍ରକାରର ସାହାଯ୍ୟ ଏବଂ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଗତକାଲି ସନ୍ଧ୍ୟାରେ, ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଥିଲେ । ଏହା ପରେ ଶାହ କାଶ୍ମୀର ଚାଲିଗଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ସକାଳେ ଫେରି ଆସିଥିଲେ ।