fbpx
BSKY
BJD SHG SKY
BJD YOUTH SKY

BREAKING…ଚିଲିରେ ଭୟାବହ ଅଗ୍ନିକାଣ୍ଡ; ୯୯ ମୃତ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚିଲିର ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଧନ ଜୀବନ ନଷ୍ଟ ହୋଇଯାଇଛି। ଅନେକ ଘର ଜଳି ଯାଇଛି। ଏହି ଭୟାନକ ପରିସ୍ଥିତି ଯୋଗୁଁ ଚିଲିରାଷ୍ଟ୍ରପତି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରବିବାର କେନ୍ଦ୍ରୀୟ ଚିଲିରେ ନିଆଁ ଲାଗି ମୃତ୍ୟୁ ସଂଖ୍ୟା ଅତି କମରେ ୯୯ରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍ ଚେତାବନୀ ଦେଇଛନ୍ତି ଯେ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ। ବର୍ତ୍ତମାନ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ରାଷ୍ଟ୍ରପତି କହିଛନ୍ତି। ଏବେ ବି ଜଙ୍ଗଲରେ ଲୋକଙ୍କ ଖୋଜାଖୋଜି ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ।

ଚଳିତ ସପ୍ତାହରେ ଚିଲିର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସାମ୍ନାକୁ ଆସିଲା ଜଣେ ବୃଦ୍ଧାଙ୍କ ବିକଳ ଚିତ୍ର। କିପରି ନିଆଁ ସହ କରିଲେ ସଙ୍ଘର୍ଷ। ଯେତେବେଳେ ନିଆଁ ବଢିବାରେ ଲାଗିଥିଲା ୬୩ ବର୍ଷୀୟା ରୋସାନା ଆଭେଣ୍ଡାନୋ ଘରୁ ଦୂରରେ ଥିଲେ, ସେ ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ। ସେ କହିଲେ ଯେ ଆମ ସହିତ ବହୁତ ଖରାପ ଘଟିଛି। ଅଗ୍ନିକାଣ୍ଡ ଆମ ଘର ନିକଟରେ ପହଞ୍ଚିବା ରୁ ସବୁ କିଛି ଜଳି ଯାଇଥିଲା। ମୋ ସ୍ୱାମୀ ଗରମ ଅନୁଭବ କରିବା ମାତ୍ରେ ସେ ସେଠାରୁ ପଳାଇ ଯାଇଥିଲେ। ସେ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଏହି ଅଞ୍ଚଳରେ କୌଣସି ଘର ବାକି ନାହିଁ। ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୯୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏପର୍ଯ୍ୟନ୍ତ ୩୨ ଜଣଙ୍କୁ ଚିହ୍ନଟ କରାଯାଇଛି। ବାକି ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି।

 

 

 

 

Get real time updates directly on you device, subscribe now.