fbpx
BSKY
BJD MC SKY
BJD YOUTH SKY

ବଡ ଖବର; ପୁଣି ଆଉ ଜଣେ ଓଡିଆ ଯବାନ ସହିଦ

ଓଡିଶା ଭାସ୍କର; ବର୍ତ୍ତମାନର ଏକ ବଡ ଖବର ଯାହା ସାମ୍ନାକୁ ଆସିଛି , ପୁଣି ଆଉ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଭେଡେନ ବ୍ଲକ ବାଘପାଲି ଗାଁର ନୀଳାଚଳ ପଟେଲ । ପାଟ୍ରୋଲିଂ ବେଳେ ଯବାନ ଜଣକ ସହିଦ ହୋଇଥିବା ସୂଚନା ଦେଇଛନ୍ତି ବରଗଡ ଏସପି । ଆସମ ରାଇଫଲ୍ସରେ କାର୍ଯ୍ୟରତ ରହିଥିଲେ ନୀଳାଚଳ। ଗତକାଲି ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ବେଳେ ଆଜି ଆଉ ଜଣେ ଓଡ଼ିଆ ଯବାନ ଦେଶ ପାଇଁ ସହିଦ ହୋଇଛନ୍ତି ।

ସୂଚନା ଥାଉକି, ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ଗତକାଲି ଜଣେ ଓଡ଼ିଆ ପୁଅ ସହିଦ ହୋଇଥିଲେ । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ଯବାନ ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତ ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଥିଲେ ।

 

Get real time updates directly on you device, subscribe now.