fbpx

ଇତିହାସ ରଚିଲା ଭାରତ: ମାଲେସିଆକୁ ହରାଇ ଜିତିଲା ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫି

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୩ରେ ଭାରତୀୟ ହକି ଦଳ ଇତିହାସ ରଚିଛି । ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ମ୍ୟାଲେସିଆକୁ ୪-୩ ଗୋଲରେ ପରାସ୍ତ କରିଛି । ଆଜିର ବିଜୟ ଫଳରେ ଭାରତ ଚତୁର୍ଥ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିବାରେ ସକ୍ଷମ ହୋଇଛି । ଭାରତ ପାଇଁ ଆକଶଦୀପ ସିଂହ ନିର୍ଣ୍ଣାୟକ ଗୋଲ ଦେଇଥିଲେ ।

ଆଜି ଚେନ୍ନାଇରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ମାଲେସିଆକୁ ୪-୩ ଗୋଲରେ ହରାଇ ଦେଇଛି । ଭାରତ ପକ୍ଷରୁ ୧୯ତମ ମିନିଟରେ ଜୁଗରାଜ ସିଂହ, ୪୫ତମ ମିନିଟରେ ହରମନପ୍ରୀତ ସିଂହ, ୪୫ତମ ମିନିଟରେ ଗୁରଞ୍ଜତ ସିଂହ ଓ ୫୬ତମ ମିନିଟରେ ଆକାଶଦୀପ ସିଂହ ଗୋଲ ଦେଇଥିଲେ । ଅନ୍ୟପକ୍ଷରେ ମାଲେସିଆ ପକ୍ଷରୁ ଅଜରାଈ ଅବୁ କମାଲ, ରଜୀ ରହୀମ ଓ ଏମ. ଅମୀନୁଦ୍ଦୀନ ଗୋଲ ଦେଇଥିଲେ ।

ଭାରତ ଚତୁର୍ଥ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବିଜୟ ହାସଲ କରିଛି । ଏହାଫଳରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ଥର ଜିତିବାର ରେକର୍ଡ ହାସଲ କରିଛି । ପୂର୍ବରୁ ୩ ଥର ଟାଇଟଲ ଜିତି ପାକିସ୍ତାନ ଆଗରେ ରହିଥିଲା । ଭାରତ-ପାକ ବ୍ୟତୀତ କେବଳ ଦକ୍ଷିଣ କୋରିଆ ଗତ ୨୦୨୧ରେ ଥରେ ମାତ୍ର ଟାଇଟଲ ଜିତି ପାରିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଭାରତ ୧୩ ପଏଣ୍ଟ ସହ ଟପରେ ରହି ସେମିଫାଇନାଲରେ ପହଞ୍ଚିଥିଲା । ଅନ୍ୟପକ୍ଷରେ ମାଲେସିଆ ୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ଭାରତ ଜାପାନକୁ ଓ ମାଲେସିଆ ଦକ୍ଷିଣ କୋରିଆକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ।

Get real time updates directly on you device, subscribe now.