fbpx

ଚରିତ୍ରକୁ ସନ୍ଦେହ କରି ଝିଅକୁ ହତ୍ୟା କଲା ବାପା, ଏହା ପରେ ମୃତଦେହ ସହ….

ଓଡିଶା ଭାସ୍କର; ଝିଅର ଚରିତ୍ରକୁ ସନ୍ଦେହ କରି ଝିଅକୁ ହତ୍ୟା କରିଛି ନିଜ ଜନ୍ମକଲା ବାପା । ଖାଲି ଏତିକି ନୁହେଁ, ମୃତ ଦେହ ସହ ବାପା ଯାହା କରିଛି ତାହା ବି ଅତ୍ୟନ୍ତ ନିନ୍ଦନୀୟ । ଘଟଣାରୁ ପ୍ରକାଶ ଯେ, ଦୁଇ ଦିନ ଧରି ଝିଅ କେଉଁଆଡେ ନିଖୋଜ ଥିଲା । ଏହା ପରେ ନିଖୋଜ ଥିବା ଝିଅ ଦୁଇ ଦିନ ପରେ ଘରକୁ ଫେରିଥିଲା । ଝିଅକୁ ଦୁଇ ଦିନ ପରେ ଘରେ ଦେଖି ଭୀଷଣ ରାଗିଯାଇଥିଲା ବାପା । ଆଉ ଝିଅର ଚରିତ୍ରକୁ ସନ୍ଦେହ କରି ତାକୁ ନିର୍ଯାତନା ଦେବା ସହ ଜୀବନରୁ ମାରିଦେଇଥିଲା ବାପା । ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ଅମୃତସରର ଟାଙ୍ଗରା ଅଞ୍ଚଳରେ ।

ଝିଅକୁ ନିଜ ହାତରେ ହତ୍ୟା କରି ବି ବାପାର ରାଗ କେବଳ ସେତିକିରେ ଶାନ୍ତ ହୋଇନଥିଲା । ଝିଅ ମୃତଦେହକୁ ବାଇକରେ ବାନ୍ଧି ଗାଁ ସାରା ଘୋଷାଡ଼ି ଘୋଷାଡ଼ି ନେଇଥିଲା ବାପା। ବାଇକରେ ଘୋଷାଡ଼ିବା ପରେ ନିକଟରେ ଥିବା ଟ୍ରେନ ଟ୍ରାକରେ ଫିଙ୍ଗି ଦେଇଥିଲା ସୈତାନ ବାପା। ଏସବୁ ଗାଁ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ଅଭିଯୁକ୍ତ ବାପା ଫେରାର ରହିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ମୁତାବକ ମୃତ ଝିଅଟି ହେଉଛି ଜଣେ ୧୬ ବର୍ଷୀୟ ନାବାଳିକା ।

 

Get real time updates directly on you device, subscribe now.