fbpx
BSKY
BJD MC SKY
BJD MS SKY

ଆମେରିକାରେ ଏହି ବିଷାକ୍ତ କେମିକାଲ ଉପରେ ଲାଗିଲା ବ୍ୟାନ୍‌, ଦେଶରେ କର୍କଟ ରୋଗ ପାଇଁ ଥିଲା ମୁଖ୍ୟ କାରଣ

ୱାଶିଂଟନ: ମଙ୍ଗଳବାର ପରିବେଶ ସୁରକ୍ଷା ଏଜେନ୍ସି(EPA) ଦ୍ୱାରା ଆମେରିକାରେ ମିଥାଇଲିନ୍ କ୍ଲୋରାଇଡ୍‌(methylene chloride) ଉପରେ ବ୍ୟାନ୍ ଲଗାଇଛି । ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଲକ୍ଷ୍ୟ ରଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ Cancer Moonshoot ପଦକ୍ଷେପ ଅନ୍ତର୍ଗତ ଏଭଳି ନିଷ୍ପତ୍ତି ନିଆଯାଇଛି ।

ପରିବେଶ ସୁରକ୍ଷା ଏଜେନ୍ସିଙ୍କ କହିବାନୁଯାୟୀ ମିଥାଇଲିନ୍ କ୍ଲୋରାଇଡ୍ ହେଉଛି ଏପରି ଏକ ବିଷାକ୍ତ କେମିକାଲ ଯାହା ବ୍ୟାପକ ଭାବରେ ପେଣ୍ଟ୍ ଷ୍ଟ୍ରିପର ଭାବରେ ବ୍ୟବହାର କରାଯାଇଥାଏ । ଏହା ଏକ ରଂଗହୀନ କେମିକାଲ ଯେଉଁଥିରୁ ବିଷାକ୍ତ ବାଷ୍ପ ବାହାରିଥାଏ । ୧୯୮୦ ମସିହାରେ ଏହି କେମିକାଲ ପ୍ରାୟ ୮୮ ଶ୍ରମିକଙ୍କ ମୃତ୍ୟୁର କାରଣ ପାଲଟିଥିଲା । ଏହି କେମିକାଲ ମୁଖ୍ୟତଃ କର୍କଟ(ମସ୍ତିଷ୍କ, ଯକୃତ, ଫୁସଫୁସ୍ ଏବଂ ସ୍ତନ) ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର କାରଣ ଅଟେ । ଏହା ବାଦ୍ କେବଳ ନିର୍ଦ୍ଦିଷ୍ଟ ବ୍ୟବସାୟୀକ କାର୍ଯ୍ୟ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ମିଥାଇଲିନ୍ କ୍ଲୋରାଇଡର ବ୍ୟବହାର ପାଇଁ ଅନୁମତି ଦେଇଛି EPA । କହିରଖୁଛୁ ମିଥାଇଲିନ୍ କ୍ଲୋରାଇଡ ଉପରେ ଲାଗିଥିବା ନିଷେଧାଦେଶ ୨ୟ ରିସ୍କ ମ୍ୟାନେଜମେଣ୍ଟ ନିୟମ ଅଟେ ଯାହା ପୂର୍ବରୁ ଜୋ ବାଇଡେନଙ୍କ ପ୍ରଶାସନ ତରଫରୁ Toxic Substances Control Act 2016ର ଐତିହାସିକ ସଂଶୋଧନ ଅଧୀନରେ ଚୂଡ଼ାନ୍ତ ହୋଇଥିଲା । ଆଡମିନିଷ୍ଟ୍ରେଟର ମାଇକେଲ ରେଗାନ୍‌(Michale S.Regan) ଏକ ବିବୃତ୍ତିରେ କହିଛନ୍ତି, ‘ଦୀର୍ଘ ଦିନ ଧରି ମିଥାଇଲିନ୍ କ୍ଲୋରାଇଡ ସଂସ୍ପର୍ଶରେ ଦେଶର ଅନେକ ପରିବାର ନଷ୍ଟ ହୋଇଛି । ଏଥିମଧ୍ୟରୁ ଏମିତି ବି କିଛି ପରିବାର ଅଛି ଯିଏକି ନିଜ ପ୍ରିୟଜନଙ୍କୁ କାର୍ଯ୍ୟରେ ଯିବାର ଦେଖିଛନ୍ତି କିନ୍ତୁ ସେମାନେ କେବେ ଘରକୁ ଫେରିନାହାଁନ୍ତି ।’

Get real time updates directly on you device, subscribe now.