fbpx
BSKY
BJD MC SKY
BJD MS SKY

୮ ଜଣ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି: କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ପାଇଁ ଦୁଇ ନିର୍ବାଚନ ସଂଯୋଜକଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଆଉ କିଛି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

ତେବେ ଏହା ମଧ୍ୟରେ ୮ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି । କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର ନିର୍ବାଚନ ସଂଯୋଜକ ଭାବେ କିଶୋର ଚନ୍ଦ୍ର ନାଏକ ଓ ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କୁ ଦାୟିତ୍ୱ ମିଳିଛି । ସେହିପରି ବିଜୁ ଯୁବକ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି, ରାଜ୍ୟ ସାଧାରଣ ସମ୍ପାଦକ, ରାଜ୍ୟ ସମ୍ପାଦକ ଭାବେ ୬ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି ।

Get real time updates directly on you device, subscribe now.