fbpx
BSKY
BJD MC SKY
BJD MS SKY

ମୋବାଇଲ ହେଲଥ୍ ୟୁନିଟର ସମସ୍ତ ଫାର୍ମାସିଷ୍ଟ ରେଗୁଲାର ହେବେ: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୋବାଇଲ ହେଲଥ ୟୁନିଟରେ କାମ କରୁଥିବା ସମସ୍ତ ଫାର୍ମାସିଷ୍ଟଙ୍କୁ ନିୟମିତ କର୍ମଚାରୀର ମାନ୍ୟତା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫାର୍ମାସିଷ୍ଟମାନେ ଚାକିରିରେ ୬ ବର୍ଷ ପୂରଣ କରିସାରିଥିଲେ ସେମାନଙ୍କ କ୍ଷେତ୍ରରେ ନୂତନ ସଂଶୋଧନ ରେଗୁଲାର ଆଇନ ଲାଗୁ ହୋଇ ପାରିବ ନାହିଁ କୋର୍ଟ ସ୍ପଷ୍ଟ କରିଛନ୍ତି । ତେଣୁ ଏହି ସମସ୍ତ କର୍ମଚାରୀଙ୍କୁ ଆସନ୍ତା ୩ ମାସ ମଧ୍ୟରେ ନିୟମିତ କରିବା ପାଇଁ ପଦକ୍ଷେପ ନେବାକୁ କୋର୍ଟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ୨୦୧୧ ମସିହାରେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ମୋବାଇଲ ହେଲଥ ୟୁନିଟରେ ଫାର୍ମସିଷ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ ଉକ୍ତ ପଦରେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ଆଜି ପର୍ଯ୍ୟନ୍ତ ସେହି ପଦରେ ରହି ଆସିଛନ୍ତି । କିଛି ବର୍ଷ ତଳେ ନିୟମିତ ପଦଗୁଡ଼ିକୁ ବନ୍ଦ କରାଯାଇ ସେହି ସ୍ଥାନରେ ଠିକା ପଦ ସୃଷ୍ଟି କରାଯାଇଥିଲା । ସେମାନଙ୍କୁ ନିୟମିତ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ କୁହାଯାଇଥିଲେ ହେଁ ପରେ ନିଷ୍ପତ୍ତି ପରିବର୍ତ୍ତନ କରାଯାଇଥିଲା । ଫଳରେ ଆବେଦନକାରୀମାନେ ନିୟମିତ ହେବାରୁ ବଞ୍ଚିତ ହୋଇଥିଲେ ଓ ଏହାକୁ ବିରୋଧ କରି ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିଯୁକ୍ତିରେ କୌଣସି ପ୍ରକାରର ତ୍ରୁଟି ନାହିଁ । ଆବେଦନକାରୀମାନେ ଚାକିରିରେ ୬ ବର୍ଷ ପୂରଣ କରିସାରିଥିବାରୁ ସେମାନେ ନିୟମିତ ହେବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି ।

Get real time updates directly on you device, subscribe now.